ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ବେଳେ ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ
ଗଞ୍ଜାମ : ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।
ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ ନିର୍ମାଣ ଚାଲୁଥିବା ବେଳେ ଗୋଟିଏ ପଟକୁ ମାଟି ଦବି ଯାଇଥିଲା। ଫଳରେ ମାଟି ଅତଡା ଧସିଯିବା ପରେ ଶ୍ରମିକ ମାଟି ଭିତରେ ରହିଯାଇଥିଲେ। ଜେସିବି ମେସିନ୍ ସହାୟତାରେ ମାଟି ଖୋଳି ପୋତି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଶ୍ରମିକଙ୍କ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଛି। ୨ ମୃତକ ହେଲେ ଯମୁନା ନାୟକ ଓ ବର୍ଷା ନାୟକ।
