ଆଇପିଏଲ-୨୦୨୩ : ବାଙ୍ଗୋଲରକୁ ୨୨୭ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ୨୪ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍ସ । ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଏହି ମ୍ୟାଚରେ ଡିଭନ କନୱେ ଏବଂ ଶିଭମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୬ ୱିକେଟ୍ ହରାଇ ୨୨୬ ରନ କରିଛି। ଫଳରେ ବାଙ୍ଗୋଲର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।
ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ସର୍ବାଧିକ ୮୩ ରନ କରିଥିଲେ । ସେ ମାତ୍ର ୪୫ଟି ବଲରୁ ୬ଟି ଛକା ଓ ୬ଟି ଚୌକା ସହ ଏହି ସ୍କୋର କରିଥିଲେ । ଶିବମ ଦୁବେ ୫୨ରନ ଓ ଅଜିଙ୍କ୍ୟ ରାହାଣେ ୩୭ ରନ କରିଥିଲେ । ମୋଇନ ଅଲ୍ଲି ୧୯ରନ କରିଥିବାବେଳେ ଅମ୍ବାତି ରାୟଡୁ ୧୪ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ, ଓ୍ବେନ ପାର୍ନେଲ, ବିଜୟ କୁମାର ବିସାକ୍ ଗ୍ଲେନ ମାକ୍ସଓ୍ବେଲ, ଓ୍ବାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନା ଯେ, ଚଳିତ ଆଇପିଏଲରେ ଉଭୟ ଚେନ୍ନାଇ ଓ ବାଙ୍ଗାଲୋର ୪ଟି ଲେଖାଏଁ ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେବେ ରନ ରେଟ ଭିତ୍ତିରେ ଚେନ୍ନାଇ ୬ ନମ୍ବର ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୭ମ ସ୍ଥାନରେ ରହିଛି ।
