ଆତଙ୍କବାଦୀଙ୍କ ବର୍ବର କାଣ୍ଡ : ଜାମ୍ମୁକାଶ୍ମୀରରେ ଘରେ ପଶି ଏସପିଓ ଏବଂ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର
ଶ୍ରୀନଗର : ଜମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଅଭାବନୀୟ କାଣ୍ଡ ଘଟାଇବାରେ ଲାଗିଛିନ୍ତି । ଏୟାରପୋର୍ଟର ଏୟାରଫୋର୍ସ ଷ୍ଟେସନରେ ଆତଙ୍କୀମାନେ ଡ୍ରୋନ ଆଟାକ କରିବା ପରେ ଏବେ କରିଛନ୍ତି ବର୍ବର କାଣ୍ଡ । ଜମ୍ମୁ କଶ୍ମୀରର ତ୍ରାଲରେ ଆତଙ୍କବାଦୀମାନେ ଘରେ ପଶି ଜଣେ ଏସପିଓ ଓ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ସହିଦ ହୋଇଥିବା ଏସପିଓ ଯବାନ ହେଉଛନ୍ତି ଫାଇଜଲ ଅହମଦ । ତେବେ ସହିଦ ଯବାନଙ୍କ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, କଶ୍ମୀର ଜୋନ ଅବନ୍ତୀପୋରାର ହରିପରିଗିଗାମର ରହୁଥିବା ଏସପିଓ ଯବାନ ଅହମଦଙ୍କ ହଠାତ୍ ଆତଙ୍କବାଦୀମାନେ ଘରେ ପଶିଥିଲେ । ତେବେ କେହି କିଛି ବୁଝିବା ପୂର୍ବରୁ ସେମାନେ ଆଖି ବୁଜା ଗୁଳିଚଳାଇଥିଲେ । ଏହି ଗୁଳିମାଡ଼ରେ ଅହମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପତ୍ନୀ ଓ ଝିଅ ଗୁରୁତର ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହେବା ସହ ଝିଅ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଖବର ପାଇ ସେହି ଅଂଚଳରେ ସେନା ପକ୍ଷରୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ସୂଚନା ଯେ, ରବିବାର ପ୍ରାୟ ୧୧ଟା ବେଳେ ଆତଙ୍କବାଦୀମାନେ ଏସ୍ପିଓ ଫୟାଜ୍ ଅହମ୍ମଦଙ୍କ ଘରେ ଧଷେଇ ପଶି ନିର୍ବିଚାର ଭାବେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିକାଣ୍ଡରେ ତାଙ୍କ ପତ୍ନୀ ଓ କନ୍ୟା ସାଙ୍ଘାତିକ ଆହତ ହୋଇଥିଲେ। ତନିଜଣଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଫୟାଜ୍ ଏବଂ ତାଙ୍କ ପତ୍ନୀ ରାଜା ବେଗମ୍ଙ୍କର ମୃତ୍ୟୁ ଘଟିଲା। ଅବସ୍ଥା ସଙ୍କଟାପନ୍ନ ଥିବା ସେମାନଙ୍କ ଝିଅ ରଫିଆକୁ ଶ୍ରୀନଗରସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପୁଲିସ ଆତତାୟୀମାନଙ୍କର ସନ୍ଧାନ ନେଉଛି। ପୁଲିସ କହିବା ଅନୁସାରେ, ନିହତ ଫୟାଜ୍ ଅହମଦ୍ ଥିଲେ ଅବନ୍ତୀପଡ଼ା ଅନ୍ତର୍ଗତ ହରିପରିଗ୍ରାମର ବାସିନ୍ଦା।
