ପୁରୀ ଓ କୋଣାର୍କ ବୁଲି ଦେଖିଲେ ୮ ଦେଶର ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର : ପୁରୀରେ ୮ ଦେଶର ପ୍ରତିନିଧି ମଣ୍ଡଳୀ। ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍ୱାର୍କ’ ଅନ୍ତର୍ଗତ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପୁରୀର କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀର ସ୍ବର୍ଣ୍ଣାଭ ବେଳାଭୂମି, ଜଗନ୍ନାଥ ମନ୍ଦିର ଆଦି ପରିଦର୍ଶନ କରିଛନ୍ତି । ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷର ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିସର୍ଚ୍ଚ ଆୟୋଜନ କରୁଥିବା ବେଳେ ଦେଶର ବିଭିନ୍ନ ଐତିହ୍ୟ,ବିଧାନସଭା ଗୃହ ଇତ୍ୟାଦି ପରିଦର୍ଶନ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ।ପର୍ତ୍ତୃଗାଲ, କ୍ରୋଏସିଆ, ମଙ୍ଗୋଲିଆ, ଗାଏନା, ବ୍ରାଜିଲ ବେଲ୍ଜିୟମ, ବୁଲଗେରିଆ, ଦକ୍ଷିଣ ଆଫ୍ରିକା, ଦେଶର ସାଂସଦ ପ୍ରତିନିଧି ଗଣତନ୍ତ୍ର ଶାସନ ବ୍ୟବସ୍ଥା ଉପରେ ଅଧିକ ଉପଲବ୍ଧି ହାସଲ କରିଥିବା ବେଳେ ଏହି ଗସ୍ତରେ ବୈଦେଶିକ ପ୍ରତିନିଧି ମାନେ ଓଡ଼ିଶାର ବିଭିନ୍ନ ଐତିହ୍ୟ ବୁଲିଥିବା ବେଳେ ଅଭିଭୁତ ହୋଇଛନ୍ତି ।
ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି । ସନ୍ଧ୍ୟାରେ ହୋଟେଲ ମେଫେୟାରରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ କମ୍ୟୁନିକେସନ୍ ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତା। ସଭାପତିଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ କଲ୍ଚରାଲ୍ ରିଲେସନ୍ (ଆଇସିସିଆର୍) ଓ ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି ।
