ପ୍ରବଳ ଗରମକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ସରକାର ସ୍କୁଲ-କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ
କଲିକତା : ଏପ୍ରିଲ ମାସ ଅଧାରେ ଅତ୍ୟନ୍ତ ଗରମ ଏବଂ ଲୁ ବହିବା କାରଣରୁ ପଶ୍ଚିମବଙ୍ଗର ରାଜ୍ୟ ସରକାର ଶିଷ୍ଠାନୁଷ୍ଠାନ ଗୁଡ଼ିକୁ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ଦିନ ରାଜ୍ୟ ଶିକ୍ଷା ବିଭାଗ ଏହି ବିଷୟରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ପଶ୍ଚିମବଙ୍ଗର ବର୍ତମାନ ଗ୍ରୀଷ୍ମପ୍ରବହା ଓ ଲୁ କୁ ନଜରକୁ ଦେଖି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ସମସ୍ତ ସରକାରୀ ଏବଂ ପ୍ରାଇଭେଟ ସ୍କୁଲ ସହିତ ସମସ୍ତ କଲେଜ, ବିଶ୍ୱ ବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷା ସଂସ୍ଥାକୁ ସୋମବାର ୧୭ ଏପ୍ରିଲ ଠାରୁ ଅତି କମରେ ଗୋଟିଏ ସପ୍ତାହ ବନ୍ଦ ରଖାଯିବ ।
