ସାଗର କବଚ ସମରାଭ୍ୟାସ ସରିଲା
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ସାମୁଦ୍ରିକ ଥାନା ଆନୁକୂଲ୍ୟରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ସାଗର କବଚ ସମରାଭ୍ୟାସ ଉଦ୍ଯାପିତ ହୋଇଯାଇଛି ।
ଏସ୍ପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରଶିକ୍ଷଣ ଶିବିରରେ ସାମୁଦ୍ରିକ ଥାନାଧିକାରୀ ସଚ୍ଚିଦାନନ୍ଦ ଗିରିଙ୍କ ସମେତ ୪ ଜଣ ପୋଲିସ ଅଧିକାରୀ,୩ ସେକ୍ସନ ଫୋର୍ସ ଓ ତଟରକ୍ଷୀ ବାହିନୀ ଯୋଗ ଦେଇ ସମୁଦ୍ର ଭିତରେ ସମରାଭ୍ୟାସ କରିଥିଲେ । ଜଳପଥରେ ଶତ୍ରୁଙ୍କୁ ଦମନ କରିବା, ଆତଙ୍କବାଦୀ ନିୟନ୍ତ୍ରଣ, ସନ୍ଦିଗ୍ଧ ଜଳଯାନ ଓ ବ୍ୟକ୍ତିଙ୍କ ପ୍ରତି ନଜର ରଖିବା ଆଦି ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା । ସମୁଦ୍ର ଭିତରେ ଶତ୍ରୁଙ୍କୁ ମୁକାବିଲା କରିବାର ବିଭିନ୍ନ କୌଶଳ ଶିକ୍ଷା ଦିଆଯାଇଥିଲା ।
