ମହାରାଷ୍ଟ୍ର : ବରିଷ୍ଠ ସମାଜସେବୀ ଆନ୍ନା ହଜାରେଙ୍କୁ ଜୀବନରୁ ମାରିଦେବାର ଧମକ, ପୁଲିସ ସତର୍କ
ମୁମ୍ବାଇ : ବରିଷ୍ଠ ସମାଜସେବୀ ଆନ୍ନା ହଜାରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । କେବଳ ସେତିକି ନୁହେଁ ଧମକ ଦେଇଥିବା ବ୍ୟକ୍ତି ତାରିଖ ମଧ୍ୟ ଘୋଷଣା କରିଛି ।ବିଶେଷ ସୂତ୍ରରୁ ପ୍ରକାଶ ଯେ, ଅହମ୍ମଦନଗର ଜିଲ୍ଲାର ନିପାନୀ ବଡ଼ଗାଓଁ ଗ୍ରାମର ଚାଷୀ ସନ୍ତୋଷ ଗାୟଧନେ ଜମି ବିବାଦ ଯୋଗୁଁ ବରିଷ୍ଠ ସମାଜସେବୀ ଆନ୍ନା ହଜାରେଙ୍କୁ ମଇ ୧ରେ ଜୀବନରୁ ମାରିଦେବାକୁ ଧମକ ଦେଇଛି । ଏହି ଧମକ ମିଳିବା ପରେ ଅହମ୍ମଦନଗର ପୋଲିସ ସତର୍କ ହୋଇଯାଇଛି । ଆନ୍ନା ହଜାରେଙ୍କ ସମର୍ଥକ ମାନେ ଧମକ ଦେଇଥିବା ସନ୍ତୋଷ ଗାୟଧନେ ଉପରେ ମାମଲା ଦାୟର କରିବାକୁ ଦାବି କରିଛନ୍ତି ।
