ଦୁର୍ଘଟଣାରେ ପଥଚାରୀ ଗୁରୁତର
କେନ୍ଦ୍ରାପଡ଼ା : ଗରଦପୁର ବ୍ଲକ କୋରୁଆ ଠାରେ ଏକ ବାଇକ ଧକ୍କାରେ ଜଣେ ପଥଚାରୀ ଗୁରୁତର ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣାପଡିଛି । ବୁଧବାର ପୂର୍ବାହ୍ନରେ ସେହି ଅଂଚଳର ସନ୍ତୋଷ କୁମାର ପଣ୍ଡା କୈାଣସି କାମରେ ଚାଲିଚାଲି ଯାଉଥିବା ବେଳେ ପଛପଟୁ ଏକ ଦୃତଗତି ରେ ଆସୁଥିବା ବାଇକ ଚାଳକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସନ୍ତୋଷଙ୍କର ଜଙ୍ଘ ହାଡ ଭାଙ୍ଗି ଦୁଇ ଖଣ୍ଡ ହୋଇ ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ପଠାଇ ଥିବା ଜଣାପଡିଛି
