ଜାତୀୟ ପଥପ୍ରାନ୍ତ ନାଟକ ଦିବସ ମହାସମାରୋହରେ ପାଳିତ
କୋଣାର୍କ : କୋଣାର୍କରେ ଓଡିଶା ପଥପ୍ରାନ୍ତ ନାଟକ ମହାସଂଘ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଜାତୀୟ ପଥପ୍ରାନ୍ତ ନାଟକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ସମସ୍ତ କଳାକାର ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ପଥପ୍ରାନ୍ତ ନାଟ୍ୟ ଶୋଭାଯାତ୍ରାରେ ବାହାରି ନୃତ୍ୟ ଗୀତ ପ୍ରଦର୍ଶନ କରିଥିଲେ । ଏହି ପର୍ବରେ ସୂର୍ଯ୍ୟ ମନ୍ଦିର ବୁଲି ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ସାମିଲ ହୋଈ ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଅର୍କଶ୍ରି ଶିଳ୍ପୀବାଟିକା ପରିସରରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଓଡିଶା ପଥପ୍ରାନ୍ତ ନାଟକ ମହାସଂଘ ସଭାପତି ଶତୃଘନ ସାମଲ, ଘୋଡ଼ାନାଚ ଗୁରୁ ବସନ୍ତ ଦାସ, ଗୁରୁ ଜୟକୃଷ୍ଣ ନାୟକ, ସସମାଜସେବି ଉମେଶଚନ୍ଦ୍ର ସ୍ୱାଇଁ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଅନୁଷ୍ଠାନ କୋଷାଧ୍ୟକ୍ଷ ରଞ୍ଜନ କୁମାର ନାୟକ ଓ ନାଟ୍ୟ ଅଭିନେତ୍ରୀ ଡଲି ଅପା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଥପ୍ରାନ୍ତ ନାଟକର ପରମ୍ପରା, ଆବଶ୍ୟକତା, ଉପକାରିତା ଓ ଦିବସର ମହ୍ୱତ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା । ଶେଷ ପର୍ଯ୍ୟାୟରେ ପଥପ୍ରାନ୍ତ ନାଟକ ଓ ଘୋଡାନାଚ ପ୍ରଦର୍ଶନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପବିତ୍ର ମୋହନ ନାୟକ, କାଳନ୍ଦୀ ଚରଣ ସ୍ୱାଇଁ, ନିତ୍ୟାନନ୍ଦ ମହାରଣା, ଜୟଶ୍ରୀ ଦାସ, ରଞ୍ଜନ ନାୟକ, ନିତ୍ୟ ପ୍ରକାଶ ସ୍ୱାଇଁ, ଶିବନାଥ ମଲିକ ପ୍ରମୁଖ ପରିଚାଳନା କରିଥିଲେ ।
