ଆଇପିଏଲ-୨୦୨୩ : ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ
ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଆଜି ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।
ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଥିବା ବେଳେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ରହିଛନ୍ତି। ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ୨ଟି ଜିତି ଥିବା ବେଳେ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି। ଉନ୍ନତ ନେଟ ରନ ରେଟ ଯୋଗୁ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ସ୍ଥାନରେ ରହିଛି।
ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ଏକାଦଶ : ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଅମ୍ବାତି ରାୟୁଡ଼ୁ, ମୋଇନ ଅଲୀ, ବେନ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ଅଜିଙ୍କ୍ୟ ରାହାଣେ, ସିସାନ୍ଦା ମଗାଲା, ଶିବମ ଦୁବେ, ଡ୍ବାନ୍ ପ୍ରିଟୋରିଅସ, ଆୟ ମଣ୍ଡଳ, ନିଶାନ୍ତ ସିନ୍ଧୁ, ରାଜବର୍ଦ୍ଧନ ହଙ୍ଗାରଗେକର, ମିଚେଲ ସାଣ୍ଟନର, ଶୁଭ୍ରାଂଶୁ ସେନାପତି, ସିମରଜିତ ସିଂହ, ମାଥିସା ପଥିରଣା, ମହେଶ ତୀକ୍ଷ୍ଣା, ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ଶେଖ ରସିଦ, ତୁଷାର ଦେଶପାଣ୍ଡେ।
ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଏକାଦଶ : ଜୋସ ବଟଲର, ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ), ଧ୍ରୁବ ଜୋରେଲ, ରିୟାନ ପରାଗ, ସିମ୍ରନ ହେଟମାୟର, ଆର୍ ଅଶ୍ବିନ, ଜାସନ ହୋଲଡର, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ, ନଭଦୀପ ସୈନି, ଏମ୍ ଅଶ୍ବିନ, କେଏମ୍ ଅସିଫ, କେସି କାରିଆପ୍ପା, ଡୋନୋଭାନ ଫେରିଇରା, ଦେବଦତ୍ତ ପଡ଼ିକଲ, ଓବେ ମ୍ୟାକୟ, ଜୋ ରୁଟ, କୁଲଦୀପ ସେନ, ଆକାଶ ବଶିଷ୍ଟ, କୁଲଦୀପ ଯାଦବ, ଆଦାମ ଜାମ୍ପା, ଅବଦୁଲ ବଶିଷ୍ଟ।
