ମା’ ତାରିଣୀଙ୍କ ପୀଠରେ ବାର୍ଷିକ ଉତ୍ସବ, ୧୦୮ କଳସ ଶୋଭାଯାତ୍ରା
ରୂପସା: ବାଲେଶ୍ୱର ଜିଲା ସଦର ବ୍ଲକ ସାର୍ଥା ପଞ୍ଚାୟତ ଅନ୍ତର୍ଗତ ସାର୍ଥା ଗ୍ରାମରେ ମା’ ତାରିଣୀଙ୍କର ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଚଇତି ପର୍ବ ଅବସରରେ ଆୟୋଜିତ ଏହି ଉତ୍ସବରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ମହିଳାମାନେ ହାଟ ପୋଖରୀରୁ ପୂଜାର୍ଚ୍ଚନା କରି ମୁଣ୍ଡରେ ଘଟ ମୁଣ୍ଡାଇ ଏକ ଶୋଭା ଯାତ୍ରା କରି ମା ଙ୍କ ପୀଠରେ ଜଳାଭିଷେକ କରିଥିଲେ । ଖୋଳ କୀର୍ତ୍ତନ ଓ ଶଙ୍ଖ ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା । ଉତ୍ସବ କମିଟିର ସଭାପତି ରଘୁନାଥ ଗିରି, ସମ୍ପାଦକ ବିଷ୍ନୁପଦ ମଲ୍ଲିକ, ଆରତି ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡ. ଭଗବାନ ସେନାପତି ଓ ତାଙ୍କ ସହଧର୍ମିଣୀ ପୁଷ୍ପିତା ଭଦ୍ରଙ୍କ ସହଯୋଗ କ୍ରମେ ୮ ବର୍ଷ ବ୍ୟାପୀ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ପୁରୋହିତ ବିବର୍ତ୍ତନ ପାଣିଗ୍ରାହୀ, ପୁରୋହିତ ଆତ୍ମା ପାଢ଼ୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ରାଜାରାମ ମହାପାତ୍ର, ରାଜୀବ କୁମାର ବେହେରା, ମହେଶ୍ୱର ଜେନା, ଶିବପ୍ରସାଦ ମଲ୍ଲିକ, ଶୁସାନ୍ତ ମଲ୍ଲିକ, ସୁରେଶ ପଣ୍ଡା, ପ୍ରଶାନ୍ତ ଆର୍ଯ୍ୟ ହରେକୃଷ୍ଣ ବେହେରା, ରାଜକୁମାର ଦେଓ ପ୍ରମୁଖ ସହଯୋଗ କରିଥିଲେ ।
