ଛାତ୍ରୀଙ୍କୁ ଅପହରଣ କରି ରସିକିୟା ଶିକ୍ଷକ ଗିରଫ
ବୋରିଗୁମ୍ମା : ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନେଇ ଯାଇଥିବା ଅଭିଯୋଗରେ ଜଣେ ରସିକୀୟା ଶିକ୍ଷକକୁ ଗିରଫ କରିଛି ବି ସିଂହପୁର ପୋଲିସ । ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଚମ୍ପାପଦର୍ ହାଇସ୍କୁଲର ଜଣେ ସହକାରୀ ଶିକ୍ଷକ ସୁବ୍ରତ ତୁଷାର ରଞ୍ଜନ ମଲ୍ଲିକ । ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନଗିରି ଗ୍ରାମ ଅଗ୍ନିକ ମାଲିକଙ୍କ ପୁଅ । ବି ସିଂହପୁର ପୋଲିସ କହିବା ଅନୁଯାୟୀ ଗତ ୨୦ ମାର୍ଚ୍ଚ ଦଶମ ଶ୍ରେଣୀର ଶେଷ ଦିନ ଚମ୍ପାପଦର ହାଇସ୍କୁଲର ଛାତ୍ରୀ କାଠରଗଡା ହାଇସ୍କୁଲରେ ପରୀକ୍ଷା ଦେବାକୁ ଆସି ଆଉ ଘର କୁ ଫେରି ନ ଥିଲେ । ଘର ଲୋକ ଏ ନେଇ ବି ସିଂହପୁର ଥାନାରେ ଏତଲା ଦେଇଥିଲେ । ବି ସିଂହପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ବରେ ଘଗଣାର ଅନୁ ସନ୍ଧାନ ଆରମ୍ଭ କରିଥିଲେ । ଆଜି ପୋଲିସ ଉକ୍ତ ଛାତ୍ରୀ ଅପହରଣର ପରଦାଫାସ କରି ଏହି ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କେସ ନମ୍ବର ୪୦/୨୦୨୩ ଅନୁଯାୟୀ ଭାରତୀୟ ଦଣ୍ଡ ବିଧାନ ଧାରା ୩୬୩ ଅନୁଯାୟୀ ୩୬୩/୩୬୬(ଏ) /୩୭୬(୨)(ଏନ)/ଧାରା୫୦୬/୬ ପୋସ୍କୋ ଆଇନ ୨୦୧୨ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସ ଆଇ ସୁରେନ୍ଦ୍ର ନାଥ ସେଠୀ ।
