ଦୈପଦୀ ଙ୍କ ବଗିଚାରେ ପେନ୍ଥାପେନ୍ଥା ଅଙ୍ଗୁଲଲତା
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଂଚାୟତ ନୂଆଗାଁ ମହାନ୍ତସାହିର ଦୈପଦୀ ମହାନ୍ତ(୬୦)ଙ୍କ ବଗିଚାରେ ପେନ୍ଥାପେନ୍ଥା ଅଙ୍ଗୁର ଲତା ଫଳିଛି । ଦୈପଦୀ ୨୦୧୭ ମସିହାରେ କୋର୍କଟ ରୋଗରେ ପୀଡିତ ହୋଇଥିଲେ । ସ୍ୱାମୀ ଇନ୍ଦ୍ରମଣି ମହାନ୍ତ,ପୁତ୍ର ଦୀପକ କୁମାର ମହାନ୍ତ ଜଗତଜନନୀସେବା ଟ୍ରଷ୍ଟ ସହାୟତାରେ ଭୁବନେଶ୍ୱର ହାଇଟେକ ଘୋରଇ ମେଡିକାଲ ରେ ତିନିବର୍ଷ ଚିକିତ୍ସା କରାଇବା ପରେ ସୁସ୍ଥ ହୋଇ ଏବେ ସେ ଘରେ ଅଛନ୍ତି । ସୁସ୍ଥ ହେବାପରେ ଦୈପଦୀ ବଗିଚାରେ ବାଇଗଣ,ବିଲାତି ବିଭିନ୍ନ ପନି ପରିବା ଚାଷ କରୁଥିଲେ । ଝୁମ୍ପୁରା କଟଲପୋଶି ରୁ ଏହି ଅଙ୍ଗୁର ଚାରା ଦୈପଦୀ ଆଣି ବଗିଚାରେ ଲଗେଇଛନ୍ତି । କିଛିମାସ ହେବ ଚାରିଆଡେ ଆଙ୍ଗୁର ଲତା ମାଡି ଅଙ୍ଗୁର ପେନ୍ଥାପେନ୍ଥା ହୋଇ ଫଳିଛି । ଏବେ ୧କେଜି ପାଖାପାଖି ଅଙ୍ଗୁର ଫଳିଥିବାରୁ ସ୍ଥାନୀୟଅଂଚଳର ଲୋକମାନେ ଦୈପଦୀ ଙ୍କ ବଗିଚାକୁ ଦେଖିବାକୁ ଆସୁଛନ୍ତି । କାଶ୍ମୀରେ ଅଙ୍ଗୁର ଚାଷ ଉପଯୋଗୀ ହେଉଥିବାବେଳେ ଗ୍ରାମାଂଚଳରେ ଅଙ୍ଗୁର ଚାଷ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ନୂଆଗାଁ ଅଂଚଳରେ ସୂର୍ଯ୍ୟମୁଖି, ସୋରିଶ, ବାଇଗଣ, ବିଲାତି,ତରଭୁଜ ଆଦି ବହୁଚାଷୀ ଚାଷ କରୁଛନ୍ତି । ତେବେ ଦୈପଦୀ ଅଙ୍ଗୁର ଚାଷପ୍ରତି ଆଗ୍ରହୀ ହୋଇଛନ୍ତି । ସେ ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ବୃଦ୍ଧା ବୟସରେ ତାଙ୍କର ଚିନ୍ତାଧାରା ବହୁ ଆଗରେ ରହିଛି । ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଅଙ୍ଗୁର ଚାଷ ପାଇଁ ଜ୍ଞାନ କୈାଶଳ ପ୍ରଶିକ୍ଷଣ ପ୍ରଦାନ କଲେ ଦୈପଦୀ ଉନ୍ନତ ମାନର ଅଙ୍ଗୁର ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
