ଅସହ୍ୟ ତାତିରେ କଲବଲ ରାଜ୍ୟ, ୧୬ ଯାଏଁ ନାହିଁ ନିସ୍ତାର
ଭୁବନେଶ୍ୱର : ଆଜି ସାରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଥିବା ବେଳେ ଏଭଳି ସ୍ଥିତି ଆସନ୍ତା ୧୬ ତାରିଖ ଯାଏଁ ଜାରି ରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୫ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ରହିବ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ସୂଚନା ଯେ, ରାଜ୍ୟରେ ତାତି ବଢିବା ସହ ଆଜି ଝାରସୁଗୁଡ଼ା ଉତ୍ତପ୍ତ ସହର ହୋଇଛି। ଆଜି ଝାରସୁଗୁଡ଼ାରେ ଚଳିତ ଗ୍ରୀଷ୍ମର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ଥିଲା ୪୦ ଦଶମିକ ୪ ଡିଗ୍ରୀ ସେଲସିୟସ । ୪୦ ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ବା ଅଧିକ ରହିଥିଲା । ଭୁବନେଶ୍ୱର, ଚାନ୍ଦବାଲି, ଅନୁଗୁଳ ଓ ସମ୍ବଲପୁରରେ ଦିନ ତାପମାତ୍ରା ୩୯. ୭ ଡିଗ୍ରୀ ସେଲସିୟସ ଥିବା ବେଳେ ବୈ।ଦ୍ଧ ଓ ମାଲକାନଗିରିରେ ୩୯ ଦଶମିକ ୫, ଟିଟିଲାଗଡ଼ରେ ୩୯, ସୋନପୁରରେ ୩୯ ଦଶମିକ ୨ , କଟକରେ ୩୯ ଦଶମିକ ୧, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି।
