ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ନୀଳଗିରି : ଅଜଣା ମହିଳାଙ୍କ ଗଳିତ ମୃତଦେହ ବିଲ ମଝିରୁ ଉଦ୍ଧାର । ଶବକୁ ଝୁଣି ଖାଇଲେ କୁକୁର । ମୃତକର ପରିଚୟ ମିଳି ନଥିବା ବେଳେ ସେ ଜଣେ ମହିଳା ଏବଂ ତାଙ୍କର ବୟସ ୪୫ରୁ ୭୦ ମଧ୍ୟରେ ହେବ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଏହି ଘଟଣା ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧିନ ୭ ନମ୍ବର ୱାର୍ଡ଼ ଦାସସାହି ନିକଟ ବିଲ ମଝିରେ ଘଟିଛି । ଖବରପାଇ ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା (ନଂ. ୮ ।୨୩) ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ସୋମବର ପୂର୍ବାହ୍ନରେ ଗାଁରେ କୁକୁର ପଚା ମାଂସ ଧରି ବୁଲୁଥିବା ବେଳେ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ପରେ ଖୋଜାଖୋଜି କରିବା ପରେ ବିଲ ମଝିରେ ମୃତଦେହଟି ଗଳିତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଗ୍ରାମବାସୀମାନେ ଖବର ଦେଇଥିଲେ ।
