ସୋମବାର ଆଇଏମଏଫ- ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ ମାମଲାର ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଠାରୁ ଆମେରିକା ଗସ୍ତରେ ରହିବେ ଓ ଆଇଏମଏଫ- ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗ ଦେବେ । ଏହା ସହିତ ସେ, ନିବେଶକ ଓ ଦ୍ୱିପାକ୍ଷିକ ବୈଠକ ଓ ଅନ୍ୟ ବୈଠକ ମାନଙ୍କରେ ସାମିଲ ହେବେ । ଏହି ବୈଠକ ଗୁଡିକ ୧୦ ଏପ୍ରିଲରୁ ୧୬ ଏପ୍ରିଲ ଯାଏ ୱାଶିଂଟନ ଡିସି ସ୍ଥିତ ଡବ୍ଲୁବିଜି ଓ ଆଇଏମଏଫ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ସାରା ବିଶ୍ୱର ଅର୍ଥ ମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ମାନେ ଯୋଗ ଦେବେ । ଏଥିରେ ଶ୍ରୀମତୀ ସୀତାରମଣ ଭାରତୀୟ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିଦଳର ନେତୃତ୍ୱ କରିବେ । ଏହି ପ୍ରତିନିଧି ଦଳରେ ଭାରତର ଅର୍ଥ ମନ୍ତ୍ରଣାଳୟ ଓ ଆରବିଆଇର ଅଧିକାରୀ ମାନେ ସାମିଲ ଅଛନ୍ତି ।
