ଜାମକୁଣ୍ଡା ସରକାରି ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଦ୍ୱିତୀୟ ସନ୍ଧ୍ୟା
ବାଲିଆପାଳ : ଲିଆପାଳ ବ୍ଲକ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଉତ୍ସବ ଦ୍ୱିତୀୟ ସନ୍ଧ୍ୟା।ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟିର କାର୍ଯ୍ୟ କାରୀ ସଭାପତି ପୁରାତନ ଛାତ୍ର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କମଳ ଲୋଚନ ପିଳାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ତଥା ଜଳଶକ୍ତି ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା।ତାର ସୁରକ୍ଷା ଦାଇତ୍ୱ ସ୍ଵରୋପ ଶିକ୍ଷକ ମାନେ ଆଦର୍ଶବାନ ହେବା ଦରକାର।ଶିକ୍ଷକ ଆଦର୍ଶବାନ ହେଲେ ପିଲାମାନେ ଆଦର୍ଶ ବାନ ଓ ଯୋଗ୍ୟ ଭାବରେ ନିଜକୁ ଗଢି ତୋଳି ପାରିବେ।ଏ ଦିଗରେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ଦରକାର।ମୁଖ୍ୟବକ୍ତା ଭାବେ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ କହିଥିଲେ ଯେ ଯେଉଁ ମାନଙ୍କ ତ୍ୟାଗ ତପସ୍ୟା ଓ ବଳିଦାନ ପାଇଁ ଗଢିଉଠିଥିବା ଅନୁଷ୍ଠାନ ସମସ୍ତଙ୍କ ପାଇଁ ନମସ୍ୟ।ତାର ସୁରକ୍ଷା ଆମ ସମସ୍ତଙ୍କର ଦାଇତ୍ୱ ହେବା ଉଚିତ।ସମ୍ମାନିତ ଅତିଥି ଭାବେ ପୂବର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ସାହିତ୍ୟିକ ଡ଼ଃ ହରିଶ ଚନ୍ଦ୍ର ବେହେରା,ଡ଼ଃ ଶିରିଶ ଚନ୍ଦ୍ର ଜେନା,ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ସହ ବିଦ୍ୟାଳୟର ବିବରଣୀ ପ୍ରଦାନ କରିଥିଲେ। ପୁରାତନ ଛାତ୍ର ସୁନିଲ କୁମାର ପରିଡା ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅରବିନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରାତନ ଛାତ୍ର ବିବେକାନନ୍ଦ ଦୀକ୍ଷିତ ଧନ୍ୟବାଦ ଦେଇଥିଲେ। କମିଟିର ସମ୍ପାଦକ ଗୁଣାକର ଦେ ସଦସ୍ୟ ନିବାରଣ ଜେନା,ରଜନୀକାନ୍ତ ରାଉତ,ନଳିନୀ ଭୂଷଣ ଦାସ,ଖଗେନ୍ଦ୍ର ସାମଲ,ବସନ୍ତ ମହାନ୍ତି,ମନ୍ମଥ ସାହୁ, ଧନଞ୍ଜୟ ଜେନା,ଜାମିନିକାନ୍ତ ରାଉତ,ବିନୋଦ ଜେନା,ଚନ୍ଦ୍ରଶେଖର ଦେ,ଅଧ୍ୟାପକ ବରେନ୍ଦ୍ର ବେହେରା,ସରୋଜ ତ୍ରିପାଠୀ,ଯୁଗଳ କିଶ୍ୱର ଜେନା,ପ୍ରଶାନ୍ତ ରାଜ,ମୃଣ୍ମୟ ସିଂହ,ସୁକାନ୍ତ ରାଉତ,ଗୌତମ ଗିରି, ଗୌରାଙ୍ଗ ଦାସ,ବାଦଲ ପରିଡା, ଶିକ୍ଷକ ସଞ୍ଜୟ କୁମାର ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଭା କାର୍ଯ୍ୟ ପ୍ରାରମ୍ଭରେ ଏବଂ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହ କଣ୍ଠ ଶିଳ୍ପୀ ସ୍ମୃତି ମହାପାତ୍ରଙ୍କ ସଙ୍ଗୀତ ଓ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମରେ ଦର୍ଶକ ବେଶ ମଜା ଉଠାଇଥିଲେ।ପୂର୍ବାହ୍ନରେ ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବାଲେଶ୍ୱର ରେଡକ୍ରସ ରକ୍ତ ଭାଣ୍ଡାର ଡାକ୍ତର ଓ କର୍ମଚାରୀଙ୍କ ସହଯୋଗରେ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
