ପୋଲିସକୁ ମରଣାନ୍ତକ ଆକ୍ରମଣ ଘଟଣା ; ଅଭିଯୁକ୍ତ ଦୁଇ ଭାଇ ଗିରଫ
ସିଂଲା : ପାରିବାରିକ ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ପୋଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଠ ଫାଳିଆରେ ମୁଣ୍ଡ ଫାଟିବା ଯୋଗୁଁ ଗୁରୁତର ଆହତ କନଷ୍ଟେବଳଜଣକ ଚେତା ଶୂନ୍ୟ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥକ୍ଷ ଫାଣ୍ଡି ଅଞ୍ଚଳରେ ।
ସୂଚନା ଯେ, ସାର୍ଥା ଗ୍ରାମର ବୈରାଗୀ ଦଳେଇଙ୍କ ଘରେ ଶନିବାର କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବୈରାଗୀ ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ ନିସ୍ତୁକ ପିଟିବା ପରେ ସେ ଜୀବନ ବଞ୍ଚାଇବା ପାଇଁ ସାର୍ଥା ଫାଣ୍ଡିକୁ ଦୌଡ଼ ଆସି ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଘଟଣା ସମ୍ପର୍କରେ ବୁଝାସୁଝା କରିବା ପାଇଁ ସଂଗେସଂଗେ କନେଷ୍ଟବଳ ଅଜୟ ସିଂ ଜଣେ ଗ୍ରାମରକ୍ଷୀଙ୍କ ସହ ବୈରାଗୀଙ୍କ ଘରକୁ ଯାଇଥିଲେ । ଆପୋଷ ସମାଧାନ ପାଇଁ କଥାବାର୍ତ୍ତା ହେଉଥିବା ବେଳେ ନିଶାଗ୍ରସ୍ତ ବୈରାଗୀ ପୋଲିସକୁ ଆକ୍ରମଣ କରିଥିଲେ । ଏକ କାଠ ଫାଳିଆରେ କନେଷ୍ଟବଳ ଅଜୟ ସିଂଙ୍କ ମୁଣ୍ଡରେ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ସେ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଏ ସଂକ୍ରାନ୍ତରେ ସିଂଲା ଥାନାରେ ରବିବାର ଏକ ମାମଲା (ନଂ. ୬୪/୨୩) ରୁଜୁ ହୋଇଛି । ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଦୁଇ ଭାଇ ବୈରାଗୀ ଦଳେଇ ଓ ବସନ୍ତ ଦଳେଇଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
୧- ରୂପ୍ସା- ରବିିବାର- ଚିକିତ୍ସାଧୀନ କନଷ୍ଟେବଳ
