ପାରିବାରିକ ଗଣ୍ତଗୋଳ ସମାଧାନ ବେଳେ ମରଣାନ୍ତକ ଆକ୍ରମଣ : ଫାଟିଲା ମୁଣ୍ଡ, ଚେତା ଶୂନ୍ୟ ହେଲେ କନେଷ୍ଟବଳ
ବାଲେଶ୍ଵର : ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୁଲିସକୁ ନିର୍ଘାତ ପ୍ରହାର । ମୁଣ୍ଡ ଫାଟିଲା ଚେତା ଶୂନ୍ୟ ହେଲେ କନେଷ୍ଟବଳ ବାବୁ। କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ ଯୋଗୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହେଲେ ସାର୍ଥା ଫାଣ୍ତି କନେଷ୍ଟବଳ ଅଜୟ ସିଂ ।
ସୂଚନା ଯେ, ଏହି ଗ୍ରାମର ବୈର ଦଳେଇ ଙ୍କର କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯରେ ଝଗଡା ହୋଇଥିଲା , ଏହାପରେ ବୈର ତାଙ୍କ ସ୍ତ୍ରୀ ଙ୍କୁ ଏକ ଠେଙ୍ଗା ରେ ନିସ୍ତୁକ ପିଟିବା ପରେ ସେ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ସାର୍ଥା ଫାଣ୍ତି କୁ ଦୌଡି ଆସି ପୋଲିସକୁ ଜଣାଇଥିଲେ , ପୋଲିସ ଘଟଣା ବିଷୟରେ ଜାଣିବା ପାଇଁ ବୈରୀଙ୍କ ଘରକୁ ଯାଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯରେ ଆପୋଷ ସମାଧାନ କରିବା ପାଇଁ କଥା ବାର୍ତ୍ତା ହେଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ବୈରୀ ପୋଲିସ କୁ ଆକ୍ରମଣ କରିବା ସହ ଏକ କାଠ ଫାଳିଆରେ କନେଷ୍ଟବଳ ଅଜୟ ସିଂ ମୁଣ୍ତରେ ଜୋର ପ୍ରହାର କରିଥିଲେ , ସେ ଘଟଣା ସ୍ଥଳରେ ଚେତାଶୂନ୍ଯ ହୋଇଯିବା ପରେ ଅନ୍ଯ ପୋଲିସ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି , ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡିଛି , ସିଂଲା ପୋଲିସ ଏହି ଘଟଣା ରେ ଆକ୍ରମଣ କରିଥିବା ଦୁଇ ଭାଇ ଙ୍କୁ ଅଟକ ରଖିଥିବାର ଜଣାପଡିଛି।
