ହସ୍ପିଟାଲରେ ଭର୍ତ୍ତିହେଲେ ସଚିନ୍
ମୁମ୍ବାଇ : ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା । ହସ୍ପିଟାଲରେ ଭର୍ତ୍ତିହେଲେ କ୍ରିକେଟର କିମ୍ୱଦନ୍ତୀ ତଥା ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କରୋନା ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସଚିନ୍ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚିକିତ୍ସା କରାଉଛି । ଆପଣଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ଖୁବଶ୍ରୀଘ୍ର ଘରକୁ କମବ୍ୟାକ୍ କରିବେ ବୋଲି ଦୃଢତାର ସହ ଟ୍ୱିଟରେ ଜଣାଇଛନ୍ତି ।
ସୂଚନା ଯେ, ଗତ ୨୭ ତାରିଖରେ କ୍ରିକେଟର ଭଗବାନ ଭାବେ ପରିଚିତ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପଜିଟିଭ୍ ଚିହ୍ନଟ ପରେ ସେ ଟ୍ୱିଟ କରି ଲେଖିଥିଲେ ଯେ, ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହାସହ ଡାକ୍ତରଙ୍କ ପରାମର୍ଶକ୍ରମେ ସବୁ କରୁଛନ୍ତି । ତାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ତେବେ ପରିବାରର ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହାସହ ଘରେ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ଦେଇଥିଲେ ।
