ରୂପସା ପୋଲିସର ଗାଡ଼ି ମୋଟର ଯାଞ୍ଚ, ଜୋରିମାନା ଆଦାୟ
ରୂପସା : ରୂପସା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଯାଞ୍ଚ ପ୍ରକ୍ରିୟା ହୋଇ ୨୯ହଜାର ୫ଶହ ଟଙ୍କା ଆଦାୟ ହୋଇଛି । ହେଲମେଟ, ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ, ନାବାଳକ ଗାଡି ଚାଳନା ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ହୋଇଛି ।
ପୋଲିସ ୬୦ ନମ୍ବର ଜାତୀୟ ରାଜପଥର ରୂପସା ବସ୍ ଷ୍ଟାଣ୍ଡ ଠାରେ ଶନିବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଘଟିକା ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ଏଥିରେ ଆଇଆଇସି ପ୍ରଫୁଲ ମଲ୍ଲିକ, ଏଏସ୍ଆଇ ସନାତନ ବେହେରା, ଏଏସ୍ଆଇ ପମା ଦେଇ ସାମିଲ ହୋଇଥିଲେ । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଗାଡ଼ି ଚାଳକଙ୍କ ମଧ୍ୟରେ ଭୟର ବାତା ବରଣ ଦେଖାଯାଇଥିଲା ।
