ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ : ବାପା ମୃତ, ପୁଅ ଗୁରୁତର
ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ଥାନା କନ୍ଧରା ଗାଁରେ ଅଘଟଣ । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଆକ୍ରମଣରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର । ଗୁରୁତର ପୁଅକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଯେ, ସକନ୍ଧରା ଗାଁର ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ପରିବାର ସହ ଅନ୍ୟ ଏକ ପରିବାରର ଗୁରୁବାର ବିଳମ୍ବିତ ରାତିରେ ଝଗଡା ହୋଇଥିଲା । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ବାପା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଭଗବାନ ଗୁରୁତର ହୋଇଛନ୍ତି । ଗୁରୁତର ଭଗବାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରଯାଇଛି ।
