ଔଷଧୀୟ ବୃକ୍ଷ ଚେର ଚୋରା ଚାଲାଣ : ୩ ଲୁଟେରା ଗିରଫ
ଆନନ୍ଦପୁର : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ବେଧଡକ ଭାବେ ଔଷଧୀୟ ବୃକ୍ଷ ଚେର ଚୋରା ଚାଲାଣ ସମ୍ପର୍କରେ ଖବର ପ୍ରସାରଣ ପରେ ସଜାଗ ହୋଇଛି ବନ ବିଭାଗ । ପୂର୍ବରୁ ଏହି କାରବାରରେ ଲିପ୍ତଥିବା ସ୍ଥାନୀୟ ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୁଣି ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୨୫ କିଲୋରୁ ଅଧିକ ପରିମାଣର ଚେର ଓ ଚେର ତାଡିବାରେ ବ୍ୟବହୃତ ୩ଟି ଶାବଳ ଜବତ କରିଛି ବନ ବିଭାଗ । ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।
ତେବେ ଏପର୍ଯ୍ୟନ୍ତ ଯାଜପୁର ଜିଲାରେ ଔଷଧୀୟ ବୃକ୍ଷର ନେଟଓ୍ବାର୍କ ଚଳାଉଥିବା ମୁଖ୍ୟ କାର୍ପଟଦାରକୁ ଖୋଜି ପାଉନାହିଁ ବନ ବିଭାଗ । ଖୁବଶୀଘ୍ର ତା ନିକଟରେ ପହଞ୍ଚି ତାକୁ ଗିରଫ କରାଯିବ ବୋଲି ଆନନ୍ଦପୁର ବନପାଳ କହିଛନ୍ତି ।
