ଆରସିବିକୁ ବଡ଼ ଝଟକା! ପୂରା ସିଜନରୁ ବାଦ ପଡ଼ିଲେ ଏହି ଘାତକ ବୋଲର
ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୩ରେ ଆରସିବି ଫ୍ୟାନ୍ସଙ୍କ ପାଇଁ ଆସିଛି ଦୁଖଃଦ ଖବର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦ୍ରୁତ ବୋଲର ରିସ୍ ଟୋପଲି ଆଇପିଏଲ୍ ସିଜିନରୁ ବାଦ ପଡ଼ିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ରିସି ଆହତ ହୋଇଥିଲେ । ଏହି ଆହତ କାରଣରୁ ସେ ବର୍ତ୍ତମାନ ଏହି ଆଇପିଏଲ ସିଜିନରୁ ବାଦ ପଡି଼ଛନ୍ତି।
ସୂଚନା ଅନୁଯାୟୀ, ଆଇପିଏଲର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଦେଶୀ ଖେଳାଳି ରିସ ଟୋପଲି ମାତ୍ର ୨ ଓଭର ବୋଲିଂ କରିଥିଲେ। ସେହି ୨ ଓଭର ବୋଲିଂରେ ରିସ ଟୋପଲି ୧୪ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ। ରିସ୍ ଟୋପଲି ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କ୍ୟାମେରନ୍ ଗ୍ରୀନ୍ ଙ୍କୁ ମାତ୍ର ୫ ରନ୍ ଦେଇ ବୋଲ୍ଡ କରିଥିଲେ। ଏହା ପରେ ରିସ୍ ଟୋପଲି ଆହତ ଲାଗିଥିଲା । ପରେ ସେ ବୋଲିଂ କରିପାରିନଥିଲେ। ସିଜିନର ଦ୍ୱିତୀୟ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଘୋଷଣା କରିଥିଲା କି, ଆହତ କାରଣରୁ ବୋଲର ରିସ ଟୋପଲିଙ୍କୁ ସମଗ୍ର ଆଇପିଏଲ୍ ସିଜିନରୁ ବାଦ ଦିଆଯାଇଛି। ରିସ୍ ଟୋପଲି ଜଣେ ବାମହାତୀ ଫାଷ୍ଟ ବୋଲର ଅଟନ୍ତି । ସେ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳନ୍ତି। ଇଂଲଣ୍ଡ ପାଇଁ ସେ ୨୨ଟି ଟି -୨୦ ମ୍ୟାଚ୍ ର ୨୨ ଇନିଂସରେ ୨୨ ଟି ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ୨୨ ରନ୍ ଦେଇ ୪ଟି ୱିକେଟ୍ ହାତେଇଥିଲେ। ରିସ୍ ଟୋପଲି ସମଗ୍ର ବିଶ୍ୱରେ ଟି -୨୦ ଲିଗ୍ ଖେଳନ୍ତି । ତେବେ ରିସ୍ ଟୋପଲିଙ୍କ ଆହତ ଟିମ୍ କୁ ବିଶେଷ କ୍ଷତି ପହଁଞ୍ଚଇପାରେ । ରିସଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳି ତାଙ୍କ ସ୍ଥାନରେ ଖେଳାଇବ ତାହା ଦେଖିବାକୁ ବାକି ରହିଲା ।
ପ୍ରକାଶ ଥାଉକି, ଗୁରୁବାର ଦିନ ଏହି ସିଜନରେ ପ୍ରଥମ ଥର ମୁହାଁମହିୁଁ ହୋଇଥିଲେ କୋଲକତା ଓ ଆରସିବି । କୋଲକତା ନାଇଟ୍ ରାଇଡ଼ର୍ସ ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୮୧ ରନରେ ପରାସ୍ତ ହୋଇଥିଲା । ଟସ୍ ହାରିବା ପରେ କୋଲକତା ବ୍ୟାଟିଂ କରି ୨୦୪ ରନ ସଂଗ୍ରହ କରିଥିଲା । ୨୦୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାକୁ ୱହ୍ଲାଇଥିଲା ବାଙ୍ଗାଲୋର । ପରେ କୋଲକତା ନାଇଟ୍ ରାଇଡ଼ର୍ସର ଘାତକ ବୋଲିଂରେ ଘାଇଲା ହୋଇ ୧୭.୪ ଓଭର ଖେଳି ମାତ୍ର ୧୨୩ ରନରେ ଅଲ ଆଉଟ ହୋଇଯାଇଥିଲା ଆରସିବି । ପ୍ରଥମେ ବିରାଟ କୋହଲି, ଫାଫ ଡୁପ୍ଲେସେସ ଆଉଟ ହେବା ପରେ ଫେଲ ମାରିଥିଲେ ସବୁ ବ୍ୟାଟ୍ସମ୍ୟାନ୍ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ୱକେଟ୍ ନେଇଥିଲେ ।
