ରାଜ୍ୟରେ ସୁସ୍ଥ ହେଲେ ୩୬୮୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଶନିବାର ଦିନ କରୋନାରୁ ୩୬୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୮୨୪ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ଓ ଅନୁଗୁଳ ଜିଲ୍ଲାରୁ ୩୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ୱରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡ଼ରୁ ୧୭୧, ମୟୂରଭଂଜରୁ ୧୫୫ ଓ ଜଗତସିଂହପୁରରୁ ୧୧୫ ଜଣ , କେନ୍ଦ୍ରାପଡାରୁ ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାୟଗଡ଼ା ଜିଲ୍ଲାରୁ ୯୪, ମାଲକାନଗିରିରୁ ୯୩, ସୁନ୍ଦରଗଡ଼ରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ନବରଂଗପୁରରୁ ୪୭, ସୁବର୍ଣ୍ଣପୁରରୁ ୪୬, ବରଗଡ଼, କନ୍ଧମାଳ ଏବଂ କେନ୍ଦୁଝରରୁ ୪୫ ଜଣ ଲେଖାଏଁ, ବୌଦ୍ଧରୁ ୩୭ ଜଣ ଓ ସମ୍ବଲପୁରରୁ ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୮, ଗଂଜାମରୁ ୨୭, ନୂଆପଡ଼ାରୁ ୨୬, ଗଜପତିରୁ ୨୫, ଦେବଗଡ଼ରୁ ୨୦ , ଝାରସୁଗୁଡାରୁ ୧୫ ଜଣ ଓ ରାଜ୍ୟପୁଲରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
