ନାନକେରା ଅଞ୍ଚଳରୁ ଗଞ୍ଜେଇ ଚାଷ ଠାବ, ଅବକାରୀ ଟିମ ପକ୍ଷରୁ ନଷ୍ଟ କାର୍ଯ୍ୟ ଜାରି
ନିମାପଡ଼ା : ପୁରୀ ଜିଲାରେ ପ୍ରଥମ ଥର ପାଇଁ ଠାବ ହେଲା ଗଞ୍ଜେଇ ଚାଷ । ଜିଲାର କଣାସ ବ୍ଲକ ନାନକେରା ଅଞ୍ଚଳରେ ଏହି ଚାଷ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ୨୦ ଜଣିଆ ଅବକାରୀ ଟିମ ପହଞ୍ଚି ଚାଷକୁ ନଷ୍ଟ କରୁଛନ୍ତି । ସମସ୍ତ ଗଞ୍ଜେଇ ଫସଲ ନଷ୍ଟ କରିବାକୁ ପ୍ରାୟ ୫ ଦିନ ଲାଗିବ । ଏହି ଚାଷର ଆନୁମାନିକ ମୂଲ୍ୟ ୩ କୋଟି ହେବ ବୋଲି ଜିଲା ଅବକାରୀ ଏସପି ଜଗଦୀଶ ସାମଲ ସୂଚନା ଦେଇଛନ୍ତି।
ସେହିପରି ଆସନ୍ତାକାଲି (ଶୁକ୍ରବାର) ପୁରୀର ସମସ୍ତ ଅବକାରୀ କର୍ମଚାରୀ ଗଞ୍ଜେଇ ଗଛ ଚାଷ ନଷ୍ଟ କରିବାକୁ ନିୟୋଜିତ ହେବେ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି। ସମସ୍ତ ଗଞ୍ଜେଇ ଚାଷୀ ଫେରାର ଥିବା ବେଳେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରୁ ଜମି ମାଲିକାନା ସୂଚନା ଅନୁସାରେ ସମସ୍ତ ସମ୍ପୃକ୍ତ ଚାଷୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଜିଲା ଅବକାରୀ ଏସପି ଶ୍ରୀ ସାମଲ କହିଛନ୍ତି ।
