ପୃଥ୍ୱୀ ଶ’ଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସପ୍ନା
ମୁମ୍ବାଇ: ଭାରତୀୟ ଖେଳାଳି ପୃଥ୍ୱୀ ଶ’ଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏସନ୍ସର ସପ୍ନା ଗିଲ। ଗତ ଫେବ୍ରୁଆରୀ ୧୫ ତାରିଖରେ ପୃଥ୍ୱୀ ଓ ତାଙ୍କ ବନ୍ଧୁ ସପ୍ନାଙ୍କୁ ବ୍ୟାଟ୍ରେ ପିଟିଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସପ୍ନା ଅନ୍ଧ୍ରେରୀ ମାଜିଷ୍ଟ୍ରେଟ୍ କୋର୍ଟରେ ଫେରାଦ ହୋଇଛନ୍ତି। ଏନେଇ ତାଙ୍କ ଓକିଲ ଅଲି କାଶିଫ ଖାନ ସୂଚନା ଦେଇଛନ୍ତି।
ପୃଥ୍ୱୀଙ୍କ ବ୍ୟତୀତ ଏୟାରପୋର୍ଟ ଥାନାର ଦୁଇ ପୋଲିସ ଅଫିସରଙ୍କ ବିରୋଧରେ ମଧ୍ୟ ସପ୍ନା କୋର୍ଟରେ ଅଭିଯୋଗ କରିଛନ୍ତି। ସତିଶ କନୱାର ଓ ସିନିୟର ଇନ୍ସପେକ୍ଟର ଏୟାରପୋର୍ଟ ଥାନା ଭାଗବତ ରାମା ଗାରାଣ୍ଡେ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରି ନାହାନ୍ତି। ସପ୍ନା ପୃଥ୍ୱୀଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗ ରଖିନଥିଲା ଓ ଏଫ୍ଆଇଆର୍ ରୁଜୁ କରି ନଥିଲା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ସପ୍ନା।
ସପ୍ନାଙ୍କ ଓକିଲଙ୍କ ସୂଚନା ଅନୁସାରେ, ପୃଥ୍ୱୀ ଶହ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଆଇପିସି ଦାରା ୩୫୪ (ମହିଳାଙ୍କ ସମ୍ମାନ ନଷ୍ଟ କରିବାକୁ ଜାଣିଶୁଣି ଆକ୍ରମଣ କରିବା), ୫୦୯( ଭାଷା, ଠାଣୀ ଓ କାର୍ଯ୍ୟଦ୍ୱାରା ମହିଳାଙ୍କୁ ଅପମାନିତ କରିବା), ୩୨୪ (ଜାଣିଶୁଣି ଭୟଙ୍କର ହତିଆର୍ରେ କ୍ଷତି ପହଞ୍ଚାଇବା)ରେ ମାମଲା କରିବାକୁ କୋର୍ଟରେ ଆବେଦନ କରାଯାଇଛି। ଉଭୟ ମାମଲାର ଶୁଣାଣି ଏପ୍ରିଲ ୧୭ ତାରିଖରେ ହେବ ବୋଲି ସପ୍ନାଙ୍କ ଓକିଲ ସୂଚନା ଦେଇଛନ୍ତି।
ସୂଚନା ଯେ, ସେଲ୍ଫୀ ନେଇ ମାର୍ପିଟ୍ ଘଟଣାରେ ଗତ ଫେବ୍ରୁଆରୀ ମାସରେ ସପ୍ନା ଗିଲ୍ ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରିଥିଲା ପୁଲିସ। ପରେ ସେମାନେ ଜାମିନ୍ରେ ମୁକୁଳିଛନ୍ତି। ସୂଚନା ଥାଉକି ଗତ ଫେବ୍ରୁଆରୀ ମାସରେ ପୃଥ୍ୱୀ ଶ ବନ୍ଧୁଙ୍କ ଏକ ପଞ୍ଚ ତାରକା ହୋଟେଲ୍ରେ ରାତ୍ରୀ ଭୋଜନ କରିବାକୁ ଆସିଥିଲେ। ଶ’ କାର ଭିତରେ ବସିଥିବା ବେଳେ କିଛି ଦୁର୍ବୃତ୍ତ ଆସି ସେଲ୍ଫୀ ନେବାକୁ ବାଧ୍ୟ କରିଥିଲେ। ପୃଥ୍ୱୀ କିଛି ସେଲ୍ଫୀ ଦେବା ପରେ ସେହି ଗ୍ୟାଙ୍ଗର ଆଉ କିଛି ଲୋକେ ଆସି ସେଲ୍ଫୀ ନେବାକୁ ଆସିଥିଲେ। ହେଲେ ଏଥର ଶ ମନା କରିଦେଇଥିଲେ। ସେ ଏଠାକୁ ଲଞ୍ଚ କରିବାକୁ ଆସିଛନ୍ତି। ତାଙ୍କୁ ଡିଷ୍ଟର୍ବ ନ କରିବାକୁ ପୃଥ୍ୱୀ କହିଥିଲେ। ଏହାପରେ ସପ୍ନା ଗିଲ୍ ଗ୍ୟାଙ୍ଗ ସହ ମାର୍ପିଟ୍ ହୋଇଥିଲା। ପୃଥ୍ୱୀ ଡିନର ସାରି ଫେରିବା ପରେ ସପ୍ନାଙ୍କ ଗ୍ୟାଙ୍ଗ ବେସ୍ ବଲ୍ ବ୍ୟାଟ୍ରେ ତାଙ୍କ ଆକ୍ରମଣ କରିଥିଲେ। ଘଟଣାରେ ପୁଲିସ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା
