ବିଜେପିର ୪୪ ତମ ସ୍ଥାପନା ଦିବସ ଅବସରରେ ସଭାପତି ଜେପି ନଡ୍ଡା ଦଳୀୟ ମୁଖ୍ୟାଳୟରେ ପତାକା ଉତୋଳନ କଲେ
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ୪୪ତମ ସ୍ଥାପନା ଦିବସ ଅବସରରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପାର୍ଟି ସଭାପତି ଜେପି ନଡ୍ଡା ଦଳୀୟ ମୁଖ୍ୟାଳୟରେ ପତାକା ଉତୋଳନ କରିଛନ୍ତି । ଉଲ୍ଲେଖନୀୟ ଯେ ୧୯୮୦ ମସିହାରେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ହୋଇଥିଲା । ପତାକା ଉତୋଳନ ପରେ ଶ୍ରୀ ନଡ୍ଡା ପାର୍ଟିର କାର୍ଯ୍ୟକର୍ତା ମାନଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି ।
