ସଂସଦର କାମ ବନ୍ଦକରି ରାଜନୀତି କୁ ହତିଆର କରିବାର ପରିଣାମ ଗୁରୁତର ହେବ – ଉପ ରାଷ୍ଟ୍ରପତି
ନୂଆଦିଲ୍ଲୀ : ସରକାରୀ ଦଳ ଓ ବିରୋଧିଦଳ ହଟ୍ଟଗୋଳ ମଧ୍ୟରେ ଚାଲିଥିବା ରାଜ୍ୟସଭାର କାଯ୍ୟକାଳ ବୁଧବାରଠାରୁ ଅନିର୍ଦିିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଅଧ୍ୟକ୍ଷ ଜଗଦିପ ଧନଖଡ ଏହା ଉପରେ ଚିନ୍ତା ପ୍ରକଟ କରି ଗୁରବାର ଦିନ କହିଛନ୍ତି ସଂସଦର କାଯ୍ୟକାଳ ବନ୍ଦକରି ରାଜନୀତିକୁ ହତିଆର କରିବାର ପରିଣାମ ଗୁରୁତର ହେବ । ଧନଖଡ ସଦନର ଅନିଶ୍ଚିତ କାଳପାଇଁ ବନ୍ଦକରିବା ଘୋଷଣା ପରେ ଚିନ୍ତିତ ଭାବରେ କହିଛନ୍ତି ଏହା ବିଡମ୍ବନା ଯେ ସଂସଦରେ ଅବ୍ୟବସ୍ଥା ନୁଆ ବ୍ୟବସ୍ଥା ତିଆରି କରୁଛି । ଏହା ନୁଆ ମାନଦଣ୍ଡ ଗଣତନ୍ତ୍ରକୁ ନଷ୍ଟ କରିଦେଉଛି । ସଂସଦରେ ବାଦ ବିବାଦ , ସଂବାଦ ଏବଂ ବିଚାର ବିମର୍ସର ସ୍ଥାନ ଉପରେ ବ୍ୟବଧାନ ଏବଂ ଅଶାନ୍ତି ନେଇ ଯାଉଛି ।
