କୁକୁର ଆକ୍ରମଣରେ ହରିଣ ଆହତ, ଚିକିତ୍ସା ପରେ ଜଙ୍ଗଲରେ ଛାଡିଲେ ବନବିଭାଗ
କେନ୍ଦୁଝର : ଗାଁ ମୁହାଁ ବନ୍ୟପ୍ରାଣୀ । ଜଙ୍ଗଲ ନିଆଁ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଯୋଗୁ ଏବେ ଗାଁ ମୁହାଁ ହେଉଛନ୍ତି ବନ୍ୟପ୍ରାଣୀ । ଏକ ହରିଣକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଛି ବନ ବିଭାଗ । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଆହାରପଡ଼ା ଗାଁରୁ ଗୁରୁବାର ସକାଳୁ ଏକ ହରିଣ ଚାଲି ଆସିଥିଲା । ଯାହାଫଳରେ ହରିଣକୁ କୁକୁରମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ହରିଣ ଆହତ ହୋଇଥିଲା । ଯାହାର ଖବର ପାଇ ସାହାରପଡ଼ା ବନପାଳ ଘଟଣାସ୍ଥଳରେ ପହଂଚି ହରିଣକୁ ଉଦ୍ଧାର କରିଥିଲେ । ଏହାପରେ ବଡ଼ବଲି ପଶୁ ଚିକିତ୍ସାଳୟରେ ଚିକିତ୍ସା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ସାହାରପଡ଼ା ବନପାଳ ସୂଚନା ଦେଇଛନ୍ତି ।
