ରାଜ୍ୟରେ ବଢୁଛି କରୋନା, ଦିନକରେ ଆଉ ୯୨ ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଓଡ଼ିଶାରେ ମଧ୍ୟ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୯୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁର ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢାଯାଇଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଆଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ଆସନ୍ତା ୧୦ ଓ ୧୧ତାରିଖ ଦୁଇଦିନ ମକ ଡ୍ରିଲ୍ ହେବ । ଯେଉଁମାନଙ୍କ ପାଖରେ କୋରୋନା ଲକ୍ଷଣ ଅଛି, ସେମାନେ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅପିଲ କରିଛି । ପୂର୍ବ ଗାଇଡଲାଇନ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୟଭୀତ ନହୋଇ ସତର୍କ ରହିବାକୁ ଆହ୍ବାନ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
