ପ୍ୟାରିସ୍ ବିଶ୍ୱକପ୍ରେ ସ୍ୱର୍ଣ୍ଣପଦକ ଜିତିଲେ ଭାରତୀୟ ତୀରନ୍ଦାଜ ଅଭିଶେଖ ବର୍ମା
ନୂଆଦିଲ୍ଲୀ : ଭାରତର ଅଭିଶେଖ ବର୍ମା ଶନିବାର ପ୍ୟାରିସ୍ ତୀରନ୍ଦାଜ ବିଶ୍ୱକପ୍ରେ ପୁରୁଷ ବର୍ଗରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ଗୋଲ୍ଡ ମେଡାଲ୍ ମୁକାବିଲାରେ ଅଭିଶେଖ ଆମେରିକାର କ୍ରିସ୍ ସ୍କାଫ୍ଙ୍କୁ ଟାଇ ବ୍ରେକ୍ରେ ହରାଇଛନ୍ତି। ନିର୍ଦ୍ଧାରିତ ସମୟରେ ଦୁଇ ତୀରନ୍ଦାଜ୍ଙ୍କ ସ୍କୋର ୧୪୮-୧୪୮ ଥିଲା। ଏହା ପରେ ଟାଇ ବ୍ରେକ୍ର ସାହାରା ନିଆଯାଇଥିଲା। ଯେଉଁଥିରେ ଅଭିଶେଖ ୧୦ ଉପରେ ଲକ୍ଷ୍ୟ ଧାର୍ଯ୍ୟ କରି ସ୍ବର୍ଣ୍ଣ ପଦକ କବଜା କରିଛନ୍ତି।
ଆମେରିକା ତୀରନ୍ଦାଜ୍ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ବିଶ୍ବକପ୍ରେ ବ୍ୟକ୍ତିଗତ ଇଭେଣ୍ଟରେ ଅଭିଶେଖଙ୍କ ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ୨୦୧୫ ବିଶ୍ବକପ୍ର ଦ୍ବିତୀୟ ଚରଣରେ ଗୋଲ୍ଡ ମେଡାଲ୍ ଜିଣିଥିଲେ ଭାରତୀୟ ତୀରନ୍ଦାଜ ଅଭିଶେଖ ବର୍ମା।
