ପୋଷା ବିଲେଇଙ୍କ ଯୋଗୁଁ ବଞ୍ଚିଲା ୩ ଜୀବନ, ଉଦ୍ଧାର ହେଲା ୬ଫୁଟିଆ ଗୁଣ୍ଡିଚି ନାଗ
ନୀଳଗିରି : ଏକ ୬ଫୁଟ ଲମ୍ବର ଗୁଣ୍ଡିଚି ନାଗ ବାହାର ଅଗଣାରୁ ଘର ଭିତରକୁ ଯାଉଥିବା ବେଳେ ଘରର ପୋଷା ବିଲେଇ ଚିକି ଓ ମିକି ଘରେ ଥିବା ୩ଟି ଅମୂଲ୍ୟ ଜୀବନକୁ ବଞ୍ଚାଇ ଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ନୀଳଗିରି ଏନ୍ଏସି ଘାଟଘରସାହି ଗ୍ରାମର ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀ ବାହାର ବାରଣ୍ଡାରେ ଏକ ୬ଫୁଟ୍ ଲମ୍ବର ଗୁଣ୍ଡୁଚି ନାଗ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ମାଲିକର ୨ଟି ପୋଷା ବିଲେଇ ଚିକି ଓ ମିକି ଗୁଣ୍ଡୁଚି ନାଗକୁ ଦେଖି ତା ସହିତ ପ୍ରତିରୋଧ କରିଥିଲେ । ଘରେ ୨ଟି ପୋଷା ବିଲେଇର ଶବ୍ଦ ଶୁଣି ଭିତରେ ଥିବା ପ୍ରଭାତୀ ହୋତା ଆସି ଦେଖନ୍ତେ ଏକ ୬ଫୁଟିଆ ଗୁଣ୍ଡୁଚି ନାଗ । ପରେ ସାପ ଧରାଳି ସୁଶାନ୍ତ ମହାପାତ୍ର ଓ ବାପି ମହାପାତ୍ରକୁ ଖବର ଦେଇଥିଲେ । ସେମାନେ ଘଟଣା ସ୍ଥଳରେ ପହଞ୍ôଚ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ ।
