ଅତାବିରା ଓ ହିନ୍ଦୋଳ ଏନଏସିରେ ବିଜେଡିର ବାଜିମାତ, ଶୁଭେଚ୍ଛା ଜଣାଇଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନର ବିପୁଳ ବିଜୟକୁ ନେଇ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେ ନିଜ ଅଫିସିଆଲ ଟ୍ଵିଟର ପେଜ୍ ରେ ଟୁଇଟ କରି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଅତାବିରା ଓ ହିନ୍ଦୋଳରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିବାରୁ ମୁଁ ପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଉଭୟ ସହରବାସୀଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।
— Pranab Prakash Das (@pranabpdas) April 5, 2023
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିଥିବାରୁ କୃତଜ୍ଞତା ଜଣାଇବା ସହ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ, ସମସ୍ତ ବରିଷ୍ଠ ନେତୃ ବୃନ୍ଦ, ପର୍ଯ୍ୟବେକ୍ଷକ ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
