ଦୋମୁହାଁ ମାପଦଣ୍ଡ ଆପଣାଉଛନ୍ତି କେନ୍ଦ୍ର ସରକାର : ମଲ୍ଲିକାର୍ଜୁନ ଖଡଗେ
ନୁଆଦିଲ୍ଲୀ : କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାରଦିନ କେନ୍ଦ୍ରସରକାର ଉପରେ ଦୋମୁହାଁ ନିିତି ଆପଣେଇ ଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଜମାରୁ ବିଳମ୍ବ କରି ନାହାଁନ୍ତି । ଗୁଜୁରାଟରେ ଗୋଟିଏ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାଂସଦ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ । ଖଡଗେ କହିଛନ୍ତି ଏହା ହେଉଛି ମୋଦୀ ସରକାରରେ ଏକଚାଟିଆ ଓ ଦୋମୁହାଁ ନୀତିର ପରାକାଷ୍ଠା । ଗୁଜୁରାଟରେ ଜଣେ ଭାଜପା ସାଂସଦକୁ ଗୋଟିଏ ସ୍ଥାନିୟ କୋଟ, ଶେଷନ କୋଟ ଓ ହାଇ କୋଟ ଦ୍ୱାରା ତିନି ବର୍ଷ ପାଇଁ ଜେଲ ଦଣ୍ଡ ମିଳିଥିଲା , କିନ୍ତି ୧୬ ଦିନ ପର୍ଯ୍ୟନ୍ତ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଗୋଟିଏ ପଛୁଆବର୍ଗ ଡାକ୍ତରକୁ ମାରିବା କେସରେ ଭାଜପା ସାଂସଦ ନାରନ ଭାଇ ଭୀକାଭାଇ କଚ୍ଛଡିୟାଙ୍କୁ ଅଦାଲତ ତିନିବର୍ଷ ଜେଲଦଣ୍ଡ ଦେଇଥିଲେ । କିନ୍ତୁ ସଜା ମିଳିବା ପରେ ସୁପ୍ରିମ୍ କୋଟ ଏହାକୁ ରଦ୍ଦ କରିଦେଇଥିଲେ ।
