କଳାଗଡ଼ା ଗାଁରେ ଅଜଣା ଜନ୍ତୁ ଆତଙ୍କ, ୮ଟି ମେଣ୍ଢାଙ୍କ ମୃତ୍ୟୁ
ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଳାଗଡ଼ା ଗାଁରେ ଅଜଣା ଜନ୍ତୁ ଆତଙ୍କ । ପୁଣି ୮ଟି ମେଣ୍ଢାଙ୍କ ମୃତ୍ୟୁ । ୩୫ ମେଣ୍ଢା ମୃତ୍ୟୁ ହେବାର ୨ଦିନ ପରେ ଆଉ ୮ଟି ମେଣ୍ଢାଙ୍କୁ ପୁଣି ଥରେ ଶିକାର କରିଛି ଅଜଣା ଜନ୍ତୁ ।
ସୂଚନା ଯେ, କଳାଗଡ଼ା ଗାଁର ମହନି ଦାସଙ୍କ ଗୁହାଳେ ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ପଶି ୮ଟି ମେଣ୍ଢାକୁ ମାରିବା ସହ ଏକାଧିକ ଗୁରୁତର ହୋଇଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳେ ପଶି ୩୫ ମେଣ୍ଢାକୁ ମାରିଥିଲା । ମୃତ ମେଣ୍ଢାଙ୍କ ତଣ୍ଟି ଓ ପେଟ କଣା କରିଥିବାର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପଶୁ ବିଭାଗର ଅଧିକାରୀମାନେ ପହଞ୍ଚି ମୃତ ମେଣ୍ଢାଙ୍କ ପୋଷ୍ଟମର୍ଟମ କରିଥିଲେ । ଆଉ ଏବେ ପୁଣି ଥରେ ଅଜଣା ଜନ୍ତୁ ମେଣ୍ଢାଙ୍କୁ ଶିକାର କରିଛି । ଏଥିରେ ୮ଟି ମେଣ୍ଢା ମରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।
