ଫର୍ମରେ ବିରାଟ, ଆଇପିଲଏଲ୍ରେ ୫୦ତମ ଅର୍ଦ୍ଧଶତକ ହାସଲ ସହ କଲେ ଏହି ରେକର୍ଡ
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍)ର ପଞ୍ଚମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୯ ବଲ୍ରେ ୬ ଚୌକା ଓ ୫ ଛକା ସହାୟତାରେ ୮୨ ରନ୍ କରି ଅପରାଜିତ ରହି ନିଜ ଚମତ୍କାର ଫର୍ମ ବଜାୟ ରଖିଛନ୍ତି। ଆଇପିଏଲରେ ଏହା ବିରାଟଙ୍କ ୫୦ତମ ଅର୍ଦ୍ଧଶତକ। ଏହି ଉପଲବ୍ଧି ସହ ବିରାଟ ଆଇପିଲଏଲ୍ରେ ୫୦ତମ ଅର୍ଦ୍ଧଶତକ ହାସଲ କରି ପ୍ରଥମ ଭାରତୀୟ ଖେଳାଳି ଭାବେ ନିଜ ରେକର୍ଡ ସୃଷ୍ଟି କରିଛନ୍ତି। ଦିଲ୍ଲୀ କ୍ୟାପିଟାଲର ଓପନର୍ ଡେଭିଡ ୱାର୍ଣ୍ଣର ୬୦ଟି ଅର୍ଦ୍ଧଶତକ ସହ ଶୀର୍ଷରେ ରହିଛନ୍ତି। ସେହିପରି ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନଙ୍କ ନାମରେ ୪୯ଟି ଅର୍ଦ୍ଧଶତକ ରହିଛି।
କୋହଲିଙ୍କ ୮୨ ରନ୍ ବଳରେ ପ୍ରଥମ ମ୍ୟାଚ୍ରେ ଦଳ ସହଜରେ ହାସଲ କରିଥିଲା ବିଜୟ । ତେବେ ଆରସିବି ବିଜୟରେ କ୍ୟାପଟେନ ଫାଫ୍ ଡୁପ୍ଲେସିସ୍ ୭୩ ରନ୍ କରି ଖେଳିଥିଲେ ଚମତ୍କାର ଇଂନିସ । କୋହଲି-ଡୁପ୍ଲେସିସ୍ ସହଭାଗୀତାରେ ହୋଇଥିଲା ୧୪୮ ରନ୍ । କହିବାକୁ ଗଲେ କୋହଲି ୬ ମାରି ଦଳକୁ ଦେଇଥିଲେ ବିଜୟ । ଆଉ ଏହି ଛକା ଦେଖିବା ପରେ ଚକିତ ହୋଇଯାଇଥିଲେ ଫ୍ୟାନ୍ସ । କାରଣ ୧୨ ବର୍ଷ ପୂର୍ବେ ସମାନ ଋଙ୍ଗରେ ଛକା ମାରି ମ୍ୟାଚ ଶେଷ କରିଥିଲେ ମହେନ୍ଦ୍ର ସିଂହ ଧୋନୀ । ୨୦୧୧ ବିଶ୍ୱକପ୍ରେ ଶ୍ରୀଲଙ୍କା ବିପକ୍ଷରେ ମାହି ମାରିଥିଲେ ଏମିତି ବଜୟ ଛକା । ଆଉ ରବିବାର ଆଇପିଏଲ୍ରେ କୋହଲିଙ୍କ ଛକ୍କା ଧୋନିଙ୍କ ଐତିହାସିକ ଛକ୍କାକୁ ମନେ ପକାଇଦେଇଥିଲା ।
