ଏପ୍ରିଲ ପାଇଁ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନ ଉଡାଣ ତାରିଖ ଓ ସମୟ ଧାର୍ଯ୍ୟ
ସପ୍ତାହକୁ ୨ଦିନ ଓ ମାସକୁ ୯ଦିନ ଉଡ଼ିବ ଫ୍ଲାଇଟ୍
ଭୁବନେଶ୍ବର : ଚଳିତ ଏପ୍ରିଲ ପାଇଁ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନ ଉଡାଣ ତାରିଖ ଓ ସମୟ ଧାର୍ଯ୍ୟ। ସପ୍ତାହକୁ ୨ଦିନ ଓ ମାସକୁ ୯ଦିନ ଉଡ଼ିବ ଫ୍ଲାଇଟ୍ । ମାସର ପ୍ରତି ବୁଧବାର ଓ ରବିବାର ଉଡ଼ିବ ବିମାନ ବୋଲି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଗତ ରବିବାର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନବନ୍ଦରକୁ ଉଡିଛି ବିମାନ । ସେହିପରି ଆସନ୍ତା ୫, ୯, ୧୨,୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଉଡ଼ିବ ବିମାନ । ଭୁବନେଶ୍ବରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ ଭୁବନେଶ୍ବର ଅଭିମୁଖେ ଟେକଅଫ୍ କରିବ । ସୂଚନା ଯେ, ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
