ପୁନର୍ବାସ ପକ୍ଷରୁ ବିଶ୍ୱ ଅଟିଜିମ୍ ଦିବସ ପାଳିତ
କେନ୍ଦ୍ରାପଡ଼ା : ଅଟିଜିମ୍ ବା ସ୍ୱପରାୟଣତା ଏକ ଜଟିଳ ବ୍ୟବହାରିକ ତଥା ବିକାଶଗତ ବିଲକ୍ଷଣତା ଯାହା ଶିଶୁମାନଙ୍କ ସାମାଜିକ ଅର୍ନ୍ତଭୁକ୍ତିକୁ ପ୍ରତିହତ କରିଥାଏ । ପ୍ରାରମ୍ଭରୁ ଯଦି ଶିଶୁମାନଙ୍କ ଠାରେ ଏହି ଲକ୍ଷଣକୁ ଚିହ୍ନଟ କରାଯାଇ ଆବଶ୍ୟକ ଥେରାପି ପ୍ରଦାନ କରାଯାଏ ତେବେ ଏହାର ନିରାକରଣ ସମ୍ଭବପର ହୁଏ । ଏହାର ସଚେତନତା ନିନନ୍ତେ ପ୍ରତିବର୍ଷ ଏପ୍ରିଲ୍ ୨ ତାରିଖକୁ ବିଶ୍ୱ ଅଟିଜିମ୍ ଦିବସ ରୂପେ ପାଳିତ କରାଯାଇ ଆସୁଛି । ଭିନ୍ନକ୍ଷମଙ୍କ ପୁନଃପ୍ରତିଷ୍ଠା ଓ ସାମାଜିକ ଅନ୍ତର୍ଭୁକ୍ତି ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପୁର୍ନବାସ’ ପକ୍ଷରୁ ଏହି ଦିବସକୁ ମାଧପୁର ସ୍ଥିତ ଥେରାପି କେନ୍ଦ୍ରରେ ପାଳନ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ତୁଳସୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ ଅକ୍ୟୁପେସ୍ନାଲ ଥେରାପିଷ୍ଟ ଶୁଭଶ୍ରୀ ଜେନା ଓ ଗୁଞ୍ଜନ ସ୍ମିତା ବେହେରା ଅଟିଜିମ୍ର କାରଣ ଓ ନିରାକରଣ ସମ୍ପର୍କିର୍ତ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ । ପୁର୍ନବାସର କାଉନସେଲର ସଞ୍ଜୀବ୍ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ.ପ୍ରମୋଦ କୁମାର ସାହୁ, ଅଧ୍ୟାପିକା ତେଜସ୍ୱିନୀ ସାମଲ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅଟିଜିମ୍ ପିଡିତ ଶିଶୁମାନଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ ।
