ଆଞ୍ଚଳିକ ଉନ୍ନୟନ ପରିଷଦର ୮୮ତମ ଉତ୍କଳ ଦିବସ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ରେ ୮୮ତମ ପବିତ୍ର ଉତ୍କଳ ଦିବସ ସଭା ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି । ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଗଣ୍ଡିବେଡ ଲଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ମଦନ ମୋହନ ମହଲା ଅଧ୍ୟକ୍ଷତା ଏବଂ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ବିବରଣ ପାଠ କରିଥିଲେ । ଫକୀରମୋହନ ବିଶ୍ୱ ବିଦ୍ୟାଳୟର ପୁର୍ବତନ କୁଳପତି କୁମରବର ଦାସ ମୁଖ୍ୟବକ୍ତା ଭାବେ ଯୋଗ କୃତିମତା ଏବଂ ଆଧୁନିକତା ଭିତରେ ମାତୃଭାଷା ବଳିଯାଉଛି ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ପୁର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଯୁବପିଢୀଙ୍କୁ ପରାମର୍ଶ ଦେଇ । ଇଂରାଜୀ ପଢିବାରେ ଅସୁବିଧା ନାହିଁ କିନ୍ତୁ ଓଡିଆକୁ ଭୁଲିଯିବା ଉଚିତ ନୁହେଁ ବୋଲି କହିଥିଲେ । ଅଧ୍ୟାପକ ଡ ଅଭୟ କୁମାର ମହାନ୍ତି ଓ ସରପଞ୍ଚ ବନିତା ପ୍ରଧାନ ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅନାମ ଚରଣ ପଣ୍ଡା,ସୁନମଧନ୍ୟ ଚିକିତ୍ସକ ବଟକୃଷ୍ଣ ମହଲା ତଥା ଆଦର୍ଶ ଶିକ୍ଷକ ମୁକ୍ତିକାନ୍ତ ଶତପଥି ସାଧାରଣ ଜ୍ଞାନ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଅଭିମନ୍ୟୁ ରାଉଳ ଅତିଥି ପରିଚୟ ଓ ସୁଶାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ପରେ ଓଡିଶା ସଂସ୍କୃତି ବିଭାଗ ପ୍ରଦତ୍ତ ପାଇକଆଖଡା ପ୍ରଦର୍ଶିତ ହୋଇଥିଲା । ସେହିଭଳି ଖଇରା ଠାରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୁଲ୍ୟରେ ପବିତ୍ର ଉତ୍କଳ ଦିବସ ମଧ୍ୟ ପାଳିତ ହୋଇ ଯାଇଛି ।
