ଅସୁରମୂର୍ତିକୁ ନେଇ ରହସ୍ୟ ବଢୁଛି
ପୁରୀ : ପେଣ୍ଡକଟା ସମୁଦ୍ରକୂଳରୁ ମିଳିଛି ରହସ୍ୟମୟ ଅସୁରମୂର୍ତି । ଏହି ମୂର୍ତିକୁ କେତେକ ମତ୍ସ୍ୟଜୀବୀ ସମୁଦ୍ର ଭିତରୁ ଜାଲରେ ଟାଣି ଆଣି କୂଳରେ ରଖିଥିଲେ । ବଡ଼ ମାଛ ଭାବି ସେମାନେ ଟାଣି ଟାଣି କୂଳକୁ ଆଣିବା ପରେ ଏହି ଅସୁରଆକୃତି ଓ କାଳୀ ମୂର୍ତି ପରି ଜଣାପଡ଼ୁଛି । ଏହି ମୂର୍ତି ସମୁଦ୍ରକୁ କେଉଁଠାରୁ ଆସିଲା, କିଏ ଏହି ମୂର୍ତିକୁ ସମୁଦ୍ରରେ ପକାଇଥିଲା ,କେଉଁମାନେ ଏହି ମୂର୍ତିକୁ ପୂଜା କରନ୍ତି ତାକୁ ନେଇ ପେଣ୍ଠକଟା ମତ୍ସଜୀବୀଙ୍କ ସମେତ ପୁରୀ ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମୂର୍ତି ଶ୍ରୀଲଙ୍କା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ଅଞ୍ଛଳରୁ ସମଦ୍ର ଭିତରେ ଢେଉ ଦ୍ୱାର ଠେଲି ହୋଇ ଆସିଥିବା ଅନୁମାନ କରାଯାଉଛି । ଏହି ମୁର୍ତିର ବିକଟାଳ ଆଖି ଓ ହାତରେ କିଛି ଅସ୍ତ୍ର ଧରିଥିବା ଦେଖିବାକୁ ମିଳିଛି । ମୂର୍ତିଟି ୫ପୁଟ ଉଚ୍ଚତା ହୋଇଥିବା ବେଳେ ସିମେଂଟ କଂକ୍ରିଟରେ ନିର୍ମିତ ହେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କେତେକ ତାନ୍ତ୍ରିକ ଏହି ମୂର୍ତିକୁ ପୂଜା କରି ସମୁଦ୍ର ଭିତରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି ।
