ସ୍ୱର୍ଣ୍ଣ ଉତ୍କଳ ଭାରତୀ ସେବା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ
ରକ୍ତଦାନ ଶିବିରରେ ୪୦ୟୁନିଟ୍ ରକ୍ତ ସଂଗ୍ରହ
ଯାଜପୁର : ଯାଜପୁର ବ୍ଲକ ଅନ୍ତର୍ଗତ ବାଣପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର(ଉର୍ମିଳା ବିହାର) ପରିସରରେ ସ୍ୱର୍ଣ୍ଣ ଉତ୍କଳ ଭାରତୀ ସେବା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ମୁଖ୍ୟ ଉମାକାନ୍ତ ବିଶ୍ୱାଳ, ଗୋବିନ୍ଦ ସାହୁ, ନିହାରକାନ୍ତ ସ୍ୱାଇଁ, ଅରବିନ୍ଦ ଜେନା, ଅନନ୍ତ ମହାରଣା, ପରିକ୍ôଷତ ବେହେରା, ବସୁବନ୍ଧୁ ଦାସ, ଭବାନୀଶଙ୍କର ବାରିକ୍, ପୂଜାରାଣୀ ନାୟକ, ପ୍ରଣତୀ ମହାପାତ୍ର, ତୃପ୍ତିମୟୀ ସାହୁ, ରଞ୍ଜିତା ସାହୁ, ପ୍ରୀତିରଞ୍ଜନ ଦାସ, ଇତିଶ୍ରୀ ବେହେରାପ୍ରମୁଖ ଏକ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ସ୍ୱେଛାକୃତ ଭାବେ ୪୦ଯୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
