ଲଙ୍ଗଳେଶ୍ୱରରେ ଉତ୍କଳ ଦିବସ ସମାରୋହ
ଲଙ୍ଗଳେଶ୍ୱର : ଲଙ୍ଗଳେଶ୍ୱର ହାଇସ୍କୁଲ ଠାରେ ପୂଜ୍ୟପୂଜା ସଂସଦ ପକ୍ଷରୁ ୮୮ ତମ ଉତ୍କଳ ଦିବସ ଶନିବାର ସନ୍ଧ୍ୟାରେ ପାଳନ କରାଯାଇଥିଲା । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଆଚାର୍ଯ୍ୟ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରେବତୀ ପତ୍ରିକାର ସମ୍ପାଦିକା ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷା ବଞ୍ଚାଇବାକୁ ଯୁବପିଢ଼ି ଆଗକୁ ଆସି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଓଡ଼ିଆ ଭାଷା ରେ ଏବେ ସରକାରୀ ଅଫିସ ମାନଙ୍କରେ ଚିଠି ଲେଖାଯାଇଛି ବୋଲି ମୁଖ୍ୟବକ୍ତା ଭାବେ ବାଲିଆପାଳ ବ୍ଲକ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି । ସମ୍ମାନିତ ଅତିଥି ଜିଲା ପରିଷଦ ସଦସ୍ୟ ନିଶାକର ସେଠୀ, ସ୍ଥାନୀୟ ସରପଞ୍ଚ କାଳିଚରଣ ଜେନା, ସମିତିସଭ୍ୟ କଟି ମାରାଣ୍ଡି ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ପାଳନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ସଂସଦର କାର୍ଯ୍ୟକାରୀ ସଭାପତି ରବିରଞ୍ଜନ ତ୍ରିପାଠୀ ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ ଅତିଥି ପରିଚୟ ସମ୍ପାଦକ ସନ୍ତୋଷ କୁମାର ନନ୍ଦୀ ବିବରଣୀ ପାଠ କରିଥିଲେ । ଏହି ସମାରୋହରେ ୩ଜଣଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସନ୍ତୋଷ କୁମାର ମହାନ୍ତି, ଆଦିତ୍ୟ କୁମାର ରାଉତ, ଜୟକୃଷ୍ଣ ଲେଙ୍କା, ସତ୍ୟଅଞ୍ଜନ ଦେ, ବାସୁଦେବ ମଲ୍ଲିକ, ଅଶୋକ କୁମାର ଦାସ, ନୃତ୍ୟ ଶିକ୍ଷୟତ୍ରୀ କବିତା ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
