ଗଛ ଏବଂ ହ୍ରଦ ସମେତ ବେଙ୍ଗାଲୁରୁର ପ୍ରକୃତି ସହିତ ଏକ ଗଭୀର ବନ୍ଧନ ଅଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୃକ୍ଷ ଓ ହ୍ରଦ ସମେତ ପ୍ରକୃତି ସହିତ ବେଙ୍ଗାଲୁରୁର ଗଭୀର ବନ୍ଧନ ରହିଛି ।
ବେଙ୍ଗାଲୁରୁରେ ବିଭିନ୍ନ ପ୍ରକାରର ବୃକ୍ଷ ସଂଗ୍ରହର ସବିଶେଷ ବର୍ଣ୍ଣନା ବିଷୟରେ ପ୍ରକୃତି ପ୍ରେମୀ, ଉଦ୍ୟାନବିତ୍ ଏବଂ ଚିତ୍ରଶିଳ୍ପୀ, ଶ୍ରୀମତୀ ସୁଭାଷିନୀ ଚନ୍ଦ୍ରମଣିଙ୍କ ଟୁଇଟ୍ ସୂତ୍ରର ଉତ୍ତରରେ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକମାନଙ୍କୁ ସେମାନଙ୍କର ସହର ଏବଂ ଆଖପାଖରେ ଏଭଳି ପ୍ରଦର୍ଶନ ସହିତ ଅନ୍ୟମାନଙ୍କୁ ଅଂଶୀଦାର କରିବାକୁ ଅନୁରୋଧ କରିଛନ୍ତି ।
This is an interesting thread on Bengaluru and it’s trees. Bengaluru has a very deep bond with nature including trees and lakes.
— Narendra Modi (@narendramodi) April 1, 2023
I would also urge others to showcase such aspects of their towns and cities. It would be an interesting read. https://t.co/OiM7DBR8E9
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, “ବେଙ୍ଗାଲୁରୁ ଏବଂ ଗଛ ଉପରେ ଏହା ଏକ ଆକର୍ଷଣୀୟ ସୂତ୍ର । ଗଛ ଏବଂ ହ୍ରଦ ସମେତ ବେଙ୍ଗାଲୁରୁର ପ୍ରକୃତି ସହିତ ବହୁତ ଗଭୀର ବନ୍ଧନ ଅଛି । ମୁଁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନଙ୍କର ସହରାଞ୍ଚଳ ଏବଂ ଆଖପାଖରେ ଏପରି ଦିଗ ପ୍ରଦର୍ଶନ କରନ୍ତୁ । ଏହା ଏକ ମଜାଦାର ପଠନ ହେବ ।
