ଆଇପିଏଲ-୨୦୨୩ : ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ସୁପର ଜାଏଣ୍ଟ୍ସ
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ତୃତୀୟ ମ୍ୟାଚରେ ଶନିବାର ସନ୍ଧ୍ୟା ସାଢେ ୭ଟାରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ମ୍ୟାଚ ପୂର୍ବରୁ ପଡିଥିବା ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।
ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ । ସେହିପରି ସୁପର ଜାଏଣ୍ଟସର ଅଧିନାୟିକତ୍ବ କରିବେ ଏକ ଏଲ ରାହୁଲ । ସୁପର ଜାଏଣ୍ଟ୍ସ ପ୍ରଥମ ମ୍ୟାଚ୍ ଘରୋଇ ଗ୍ରାଉଣ୍ଡ୍ରେ ଖେଳିବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ରହିଛି । ଗତ ସିଜନରେ ଦେଖିବାକୁ ମିଳିଥିବା ଦୁର୍ବଳତା ଏଥର ଦୂର ହୋଇଛି । ବିଶେଷ କରି ମଧ୍ୟ କ୍ରମ ବ୍ୟାଟିଂକୁ ସୁଦୃଢ କରିବାକୁ ନିକୋଲାସ ପୂରନଙ୍କୁ ଏଥର କିଣିଛି । ଏକାଧିକ ଅଲ୍ରାଉଣ୍ଡର ସୁପର ଜାଏଣ୍ଟ୍ସ ଦଳକୁ ସୁଦୃଢ କରିଛନ୍ତି । ତଥାପି ପେସ୍ ବୋଲର ମହସିନ ଖାନଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତା ବୋଲି କୋଚ୍ ଆଣ୍ଡି ଫ୍ଲାୱାର ମତ ଦେଇଛନ୍ତି । ସେପଟେ ରିଷଭ ପନ୍ତଙ୍କ ଅନୁପସ୍ଥିତି ଦଳକୁ ଦୁର୍ବଳ କରିଛି । ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ଥିବା ଦଲରେ ଅଲ୍ରାଉଣ୍ଡର ଭାବେ କେବଳ ଅକ୍ଷର ପଟେଲଙ୍କୁ ସ୍ଥନ ମିଳିଛି । ପନ୍ତ ଆହତ ଥିଲେ ହେଁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଡେଭିଡ୍ ୱାର୍ଣ୍ଣର, ପୃଥ୍ୱୀ ଶ’, ମିଚେଲ ମାର୍ଶ, ରାଇଲି ରସୋ, ସର୍ଫରାଜ ଖାନ, ରୋଭମାନ ପାୱେଲଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ଅନ୍ୟପକ୍ଷରେ ପୂର୍ବ ପ୍ରଦର୍ଶନ ଓ ଲୋକପ୍ରିୟତାକୁ ଦେଖିଲେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସଙ୍କ ଆଗରେ ଏମାନଙ୍କ ମଧ୍ୟରୁ କେହି ବି ଟ୍ରଫି ଜିତିବା ପାଇଁ ଦାବିଦାର ମନେ ହେଉନାହାନ୍ତି। କିନ୍ତୁ ଏହି ଫଟାଫଟ ଫର୍ମାଟ୍ ଖେଳରେ ସମୀକରଣ କେତେବେଳେ ବି ବଦଳିଯାଇପାରେ।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ : ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ସ’, ମିଚେଲ୍ ମାର୍ସ, ମନୀଷ ପାଣ୍ଡେ, ରୋଭମାନ ପାୱେଲ, ରିଲି ରୁଷୋ, ସର୍ଫରାଜ ଖାନ୍, ଫିଲ୍ ସଲ୍ଟ, ଅଭିଷେକ ପୋରେଲ୍, ଅକ୍ଷର ପଟେଲ, କୁଲଦୀପ ଯାଦବ, ଲଳିତ ଯାଦବ, ରିପଲ ପଟେଲ, ଇଶାନ୍ତ ଶର୍ମା, ଚେତନ ସାକାରିଆ, ଖଲିଲ ଅହମଦ, ଅମନ ହାକିମ୍ ଖାନ୍, ପ୍ରବୀଣ ଦୁବେ, କମଳେଶ ନାଗରକୋଟି, ୟାଶ ଧୂଲ, ମୁକେଶ କୁମାର, ଭିକି ଓସ୍ତୱାଲ।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦଳ : କେଏଲ୍ ରାହୁଲ (ଅଧିନାୟକ), କାଇଲ୍ ମାୟର୍ସ, ଦୀପକ ହୁଦା, କୃନାଲ ପାଣ୍ଡ୍ୟା, ଅମିତ ମିଶ୍ରା, ନିକୋଲାସ ପୂରନ, ନବୀନ ଉଲ୍ହକ୍, ଆୟୁଷ ବାଦୋନି, ଆୱେଶ ଖାନ୍, କରଣ ଶର୍ମା, ଯୁଦ୍ଧବୀର ଚରକ, ୟାଶ ଠାକୁର, ରୋମାରିଓ ସେଫର୍ଡ, ମାର୍କ ଉଡ୍, ସ୍ବପ୍ନିଲ୍ ସିଂହ, ମନନ ଭୋରା, ଡାନିଏଲ୍ ସାମ୍ସ, ପ୍ରେରକ ମଙ୍କଡ଼, କୃଷ୍ଣାପ୍ପା ଗୌତମ, ଜୟଦେବ ଉନାଦ୍କଟ୍, ମାର୍କସ ଷ୍ଟୋଇନିସ୍, ରବି ବିଷ୍ଣୋଇ, ମୟଙ୍କ ଯାଦବ।
