ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ରାଜସ୍ଥାନ ଦିବସ ଅବସରରେ ରାଜସ୍ଥାନବାସୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି ଯେ ରାଜସ୍ଥାନ ଦିବସ ଅବସରରେ ରାଜ୍ୟର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ପକ୍ଷରୁ ଢେର ଶୁଭକାମନା । ଏହି ଅବସରରେ ମୁଁ ଗୌରବଶାଳୀ ଐତିହରୁ ସମୃଦ୍ଧ ଏହି ପ୍ରଦେଶର ଚତୁର୍ଦିଗରୁ ବିକାଶ କାମନା କରୁଛି ।
