ବିଦୁର ନୀତି ! ଘରେ ଓ ବାହାରେ ସମ୍ମାନ ହରାଇଥାନ୍ତି ଏହି ୩ଟି ଖରାପ ଅଭ୍ୟାସ ଥିବା ବ୍ୟକ୍ତି
ବ୍ୟକ୍ତିକୁ ସର୍ବଦା ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହାଦ୍ୱାରା ତାକୁ ପ୍ରଶଂସା ଓ ସମ୍ମାନ ମିଳିବା ଆବଶ୍ୟକ । ମଣିଷ ସବୁବେଳେ ନିଜର ଗୁଣ ଓ ବ୍ୟକ୍ତିତ୍ୱ କୁ ନେଇ ପ୍ରସିଦ୍ଧ ହୋଇଥାଏ । ଯେଉଁ ମଣିଷ ନିଜର ଖରାପ ଓ ଭଲ ଗୁଣକୁ ତ୍ୟାଗ କରିଥାଏ ସେ ସବୁବେଳେ ସବୁ ସ୍ଥାନରେ ସମ୍ମାନ ର ହକଦାର ହୋଇଥାଏ।
*ଆଳସ୍ୟ : ମଣିଷ ସର୍ବଦା ଆଳସ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ । କାରଣ ଅଳସୁଆ ବ୍ୟକ୍ତି ନିଜର କର୍ମ ଠାରୁ ଦୁରେଇ ରହିବାକୁ ପସନ୍ଦ କରିଥାଏ । ଏପରି ବ୍ୟକ୍ତିକୁ ଉଭୟ ଘରେ ଓ ବାହାରେ କେହି ପସନ୍ଦ କରି ନଥାଆନ୍ତି । ତେଣୁ ମଣିଷ ସବୁବେଳେ ନିଜର କର୍ତବ୍ୟ ପ୍ରତି ନିଷ୍ଠାବାନ ହେବା ଉଚିତ । ଅଳସୁଆ ବ୍ୟକ୍ତି ସବୁବେଳେ ସଫଳତା ର ଖୁବ ଦୂରରେ ରହିଯାଏ । ଅଳସୁଆ ବ୍ୟକ୍ତିକୁ ଘରେ ମଧ୍ୟ ସମ୍ମାନ ମିଳି ନଥାଏ ।
*ମିଛୁଆ ବ୍ୟକ୍ତି : ମିଛୁଆ ଲୋକଙ୍କୁ ସମ୍ମାନ ମିଳିନଥାଏ । ମିଛ କହିବା ଖୁବ ପାପ ଅଟେ । ମିଛୁଆ ବ୍ୟକ୍ତି ସବୁବେଳେ ନିଜର ଭୁଲ କୁ ଲୁଚାଇବା ପାଇଁ ଅନ୍ୟକୁ ମିଛ କହିବାକୁ ଚେଷ୍ଟା କରିଥାଏ । ମିଛୁଆ ବ୍ୟକ୍ତି ସବୁବେଳେ ନିଜର ସ୍ୱାର୍ଥ ତୁଲାଇବା ପାଇଁ ମିଥ୍ୟାର ସାହାରା ନେଇଥାଏ । ଏପରି ଲୋକ ସମ୍ମାନ ଲାଭ କରିବା ପାଇଁ ଯୋଗ୍ୟ ହୋଇ ନଥାଏ । କାରଣ କୌଣସି ବ୍ୟକ୍ତି ସ୍ୱାର୍ଥପର ଓ ମିଛୁଆ କୁ ପସନ୍ଦ କରନ୍ତି ନାହିଁ ।
*ଧୋକା : ଧୋକା ଦେବା ସବୁଠୁ ବଡ଼ ପାପ ଅଟେ । ଧୋକା ଦେଉଥିବା ବ୍ୟକ୍ତି ସବୁବେଳେ ନିଜର ହିତ ବିଷୟରେ ଧ୍ୟାନ ରଖିଥାଏ । ଯେଉଁ ବ୍ୟକ୍ତି ଲୋଭି ଅଟେ ସେହିଁ ଧୋକା ଦେଇଥାଏ । ଯେପରି ଲୋଭି ଲୋକର ଆଶା ପୁରାଣ ହେବା ପାଇଁ ସେ କଳ ବଳ ଓ କୌଶଳ ପ୍ରୟୋଗ କରିଥାଏ ସେହିଭଳି ଧୋକା ଦେଉଥିବା ବ୍ୟକ୍ତି ମଧ୍ୟ ନିଜର ସମସ୍ତ ବୁଦ୍ଧି ପ୍ରୟୋଗ କରିଥାଏ । ଏପରି ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଧୋକା ଦେବାକୁ ପଛାନ୍ତି ନାହିଁ । ତେଣୁ ଏଭଳି ବ୍ୟକ୍ତି ସମ୍ମାନ ପାଇବା ପାଇଁ ଯୋଗ୍ୟ ନୁହନ୍ତି ।
