ସରସଂଘଚାଳକ ଡା ମୋହନ ଭାଗବତ ଶୁକ୍ରବାରଦିନ ଭୋପାଳ ଆସିବେଅମର ବଳିଦାନୀ ହେମୁ କାଳାନୀଙ୍କ ଜନ୍ମ ଜୟନ୍ତି ସମାରୋହରେ ହେବେ ସାମିଲ
ଭୋପାଳ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା ମୋହନ ଭାଗବତ ୩୧ ମାର୍ଚ୍ଚ ଶୁକ୍ରବାରଦିନ ଭୋପାଳ ଗସ୍ତରେ ପହଂଚିବେ । ଡା ଭାଗବତ ସେଠାରେ ଅମର ବଳିଦାନୀ ହେମୁ କାଳାନୀଙ୍କ ଜନ୍ମ ଜୟନ୍ତି ସମାରୋହରେ ସାମିଲ ହେବେ । ଭାରତୀୟ ସିନ୍ଧୁ ସଭା ଏବଂ ଦେଶଶାରା ସିନ୍ଧୁ ପଂଚାୟତ ସହିତ ରାଜଧାନୀ ଭୋପାଳ ବିଏଚଇଏଲ୍ ଦଶହରା ପଡିଆରେ ଶୁକ୍ରବାରଦିନ ଅମର ବଲିଦାନୀ ହେମୁ କାଳାନୀଙ୍କ ଜନ୍ମ ଜୟନ୍ତି ସମାରୋହ ଆୟୋଜନ କରାଯାଉଅଛି । ସିଂନ୍ଧୀ ସମାଜର ଏହି ସମାରୋହରେ ଦେଶ ଦୁନିଆରୁ ବହୁ ସ୍ଥାନରୁ ଲୋକମାନେ ଆସିବେ । ସମାଜର ଯୁବକମାନେ ରାଲିରେ ମିଶି ସମାରୋହ ସ୍ଥାଳରେ ପହଂଚିବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା ମୋହନ ଭାଗବତ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।
