ଗ୍ରାମୀଣ ଡାକସେବକ ଚାକିରି ପାଇଁ ୬ ଜଣ ନକଲି ସାର୍ଟିଫିକେଟ ଦେଇଥିବା ନେଇ ଥାନାରେ ଏତଲା
କନ୍ଧମାଳ : ନକଲି ସାର୍ଟିଫିକେଟ୍ ଧରାପଡିବା ଘଟଣା ସାରା ରାଜ୍ୟରେ ଚହଲ ପଡିଥିବା ବେଳେ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ୍ ପଡିନି । ଗତ ୧୭ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଫୁଲବାଣୀ ଡାକ ମଣ୍ଡଳରେ ଗ୍ରାମୀଣ ଡାକ ସେବକ ଚାକିରି ପାଇଁ ଇଣ୍ଟରଭ୍ୟୁ ହୋଇଥିଲା ସେଥିରେ ମୋଟ ୮୫ ଜଣ ପରୀକ୍ଷାର୍ଥି ପାସ କରିଥିଲେ । ଏଥିପାଇଁ ପରେ ସାର୍ଟିଫିକେଟ ଯାଂଚ ବେଳେ ମୋଟ ୫୭ ଜଣ ଆଶାୟୀ ସେମାନଙ୍କର ସାର୍ଟିଫିକେଟ୍ ର ନକଲ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଜାତୀୟ ଈନ୍ଦୀରାଗାନ୍ଧୀ ଓପନ ୟୁନିଭରସିଟିର ସାର୍ଟିଫିକେଟ ଦେଇଥିବା ବେଳେ ଆଉ ୫ ଜଣ ଆହ୍ଲାହବାଦ ୟୁନିଭରସିଟିର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ସେମାନଙ୍କର ସାର୍ଟିଫିକେଟ ଗୁଡିକ ନକଲି ଥିବା ସନ୍ଦେହରେ ବିଭାଗ ପକ୍ଷରୁ ସେମାନଙ୍କର ସାର୍ଟିଫିକେଟ୍ ଗୁଡିକ ଡିଜି ଲକର ଜରିଆରେ ପ୍ରଦର୍ଶିତ କରିବାକୁ କୁହାଯାଇଥିଲା । ହେଲେ ସେମାନେ ଏଥିରେ ଅସଫଳ ହେବାରୁ ସେମାନଙ୍କର ସାର୍ଟିଫିକେଟ ସବୁ ନକଲି ଥିବା ସନ୍ଦେହ କୁ ଦୃଢିଭୁତ ହେବା ପରେ ଫୁଲବାଣୀ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ଦେବୀପ୍ରସାଦ ନାୟକ ଫୁଲବାଣୀ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେଥିରେ ସେ ପ୍ରାôତର୍ ମାନଙ୍କର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମଧ୍ୟରୁ ଭବାନିପାଟଣାର ପ୍ରମୋଦ କୁମାର ସାହୁ,ଖୋର୍ଦ୍ଧା ଜିଲ୍ଲାର ଶୁଭଙ୍କର ବେହେରା,ଫୁଲବାଣୀ ର ମାନିନି ମାଝୀ,କ.ନୁଆଗାଁର ପ୍ରମିତ କୁମାର ବେହେରଦଳେଇ,ଭଦ୍ରଖ୍ ଅଂଚଳର ନରେନ୍ଦ୍ର କୁମାର ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲାର ପ୍ରହଲ୍ଲାଦ ବେହେରାଙ୍କ ନାମ ଉଲ୍ଲେଖ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଫୁଲବାଣୀ ପୋଲିସ୍ ଏହି ସଂକ୍ରନ୍ତରେ ଏକ ମାମଲା ୮୬/୨୩ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ଅଶୋକ କୁମାର ଗିରିଙ୍କ ସୁତ୍ରରୁ ଜଣାପଡିଛି ।
