ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତ କୁ ୩ ବର୍ଷ ଜେଲ ଓ ୩୦ ହଜାର ଜରିମାନା
କନ୍ଧମାଳ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ, ଜଣେ ୧୭ ବର୍ଷ ର ଶାରିରୀକ ଅକ୍ଷମ ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ ମାମଲା ର ୧୨ ଜଣ ସାକ୍ଷୀ, ଓ ପିଡିତାଙ୍କ ବୟାନ ଆଧାରରେ ବିଚାର କରି ବଶିଷ୍ଠ ଦିଗାଲ (୩୫) କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି । ସରକାର ଙ୍କ ତରଫ ରୁ ପୋସ୍କୋ କୋର୍ଟ ର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । ସୂଚନା ଅନୁସାରେ ପୀଡ଼ିତା ର ପିତା ମାତା ଫୁଲବାଣୀ ଡାକ୍ତରଖାନା ଯାଇଥିବାବେଳେ ପିଡିତାକୁ ଏକୁଟିଆ ଥିବାର ସୁଯୋଗରେ ଗତ ୫.୧.୨୦୧୯ ତାରିଖ ଦିନ ଅପରାହ୍ନ ୪ ଟାବେଳେ ଅଭିଯୁକ୍ତ ନିଜ ଘର ବାରଣ୍ଡା କୁ ଟାଣି ନେଇ ତା ସହ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କଲାବେଳେ ପିଡିତା ଚିତ୍କାର କରି ୍ୱାରୁ ତା\’\’ର ସାଙ୍ଗ ଝିଅ ଆସିବାରୁ ଅଭିଯୁକ୍ତ ଦଉଡ଼ି ପଳାଇଥିଲା । ଏ ସପ୍ସକ୍ରାନ୍ତ ରେ ପିଡିତା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫିରିଙ୍ଗିଆ ଥାନା ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୫/୧୯ ତା ୮.୧.୨୦୧୯ରିଖ ରେଜିଷ୍ଟ୍ରି କରି ଅଭିଯୁକ୍ତଙ୍କୁ ଗିରଫ କରି ବଶିଷ୍ଠ କୁ କୋର୍ଟ ରେ ହାଜର କରାଇଥିଲେ । ଆଜି ବିଚାରପତି ଉପରୋକ୍ତ ମାମଲାର ରାୟ ଦେଇଛନ୍ତି ।
